ମଙ୍ଗଳବାର ରାତି ୧୦ଟା୩୦ରେ ବଜାର ପ୍ରବେଶ କରିବ ‘ଆଇଫୋନ-୧୧’

0

ନୂଆଦିଲ୍ଲୀ : ମଙ୍ଗଳବାର ରାତି ୧୦ଟା୩୦ରେ ବଜାର ପ୍ରବେଶ କରିବ ଆପଲର ୧୧ସିରିଜ ଆପଲ୍ ‘ଆଇଫୋନ୍ -୧୧’। ସିଲିକନ୍ ଭ୍ୟାଲିର ଏକ କ୍ୟାମ୍ପସରେ ଆପଲର ଏହି ଫୋନକୁ ଲଞ୍ଚ କରାଯିବ। ଲଞ୍ଚ ହେବାକୁଥିବା ଏହି ଫୋନ ସହିତ ଆଉ ତିନୋଟି ଫୋନ ଲଞ୍ଚ ହେବ। ଆପଲ ‘ଆଇଫୋନ୍ -୧୧’ ଲଞ୍ଚ ହେବାର କିଛି ଘଣ୍ଟା ପୂର୍ବରୁ ଆପଲ ଷ୍ଟୋର ଡାଉନ ହୋଇଥିବା ଦେଖଯାଇଛି।
ଆପଲ ଏଥର ଚାରୋଟି ରଙ୍ଗରେ ଫୋନ ଲଞ୍ଚ କରିବ। ଯେଉଁଥିରେ ଗ୍ରୀନ, ନୀଳ, ହଳଦିଆ, ଲାଲ ଏବଂ ପର୍ପଲ ରଙ୍ଗ ସାମିଲ ରହିଛି। ଏହି ଫୋନର ମୂଲ୍ୟ ୧ଲକ୍ଷ, ୧ହଜାର, ୯୯୦ଟଙ୍କା।
ସୂଚନା ଅନୁସାରେ, ମଙ୍ଗଳବାର ଲଞ୍ଚହେବାକୁ ଥିବା ଫୋନମାନଙ୍କ ମଧ୍ୟରେ ରହିଛି- ଆଇଫୋନ-୧୧ମାକ୍ସ ପ୍ରୋ, ଆଇଫୋନ-୧୧ ଆର, ଆଇଫୋନ-୧୧। ଏହାପୂର୍ବରୁ କମ୍ପାନୀ ତରଫରୁ ଆଇଫୋନ ଏକ୍ସଆର, ଆଇଫୋନ ଏକ୍ସଏସ୍, ଆଇଫୋନ ଏକ୍ସଏସ୍ ଲଞ୍ଚ କରାଯାଇଥିଲା।
ଫୋନରେ ଟ୍ରିପଲ କିମ୍ବା ଡୁଆଲ କ୍ୟାମେରା ସେଟଅପ ରହିପାରେ। ଫୋନରେ ଓଏଲଇଡି କିମ୍ବା ଏଲସିଡି ଡିସପ୍ଲେ ରହିଛି। ଏହାସହିତ ଏ୧୩ ପ୍ରୋସେସର ରହିବାର ଅନୁମାନ କରାଯାଉଛି। ଏହାବ୍ୟତୀତ ଏଥିରେ ଉନ୍ନତ ଧରଣର ସିକ୍ୟୁରିଟି ସିଷ୍ଟମ ଦିଆଯିବ।

Leave A Reply