ଯଶୱନ୍ତ ଓ ଶତ୍ରୁଘ୍ନଙ୍କୁ ଆପ୍‍ ରେ ସାମିଲ ପାଇଁ ପ୍ରୟାସ

0

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଯଶୱନ୍ତ ସିହ୍ନା ଏବଂ ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଦଳରେ ସାମିଲ କରିବା ପାଇଁ ଆମ୍‍ ଆଦମୀ ପାର୍ଟି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଯଶୱନ୍ତଙ୍କୁ ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିବା ନେଇ ଆପ ପ୍ରସ୍ତାବ ଦେଇଛି। ମିଳିଥିବା ସୂଚନା ଅନୁସାରେ ଆମ ଆଦମୀ ପାର୍ଟି ତରଫରୁ ଯଶୱନ୍ତ ସିହ୍ନା ଦିଲ୍ଲୀ ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ବିଜେପିର ବିଦ୍ରୋହୀ ସାସଂଦ ଶତ୍ରୁଘନ ସିହ୍ନା ପଶ୍ଚିମ ଦିଲ୍ଲୀରୁ ଟିକେଟ ଦେବାକୁ ଆପ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଆମ ଅଦମୀ ପାର୍ଟିର ଏକ ବରିଷ୍ଠ ନେତାଙ୍କ ମତରେ ଏହି ଦୁଇ ନେତାଙ୍କ ସହ ନିର୍ବାଚନ ଲଢିବା କଥା ଆଲୋଚନା ବହୁ ଆଗକୁ ବଢିଛି। ଶତ୍ରୁଘନ ସିହ୍ନା ବିହାରର ପାଟନାରୁ ଲଗାତାର ଲଢି ଆସିଥିବାରୁ ସେ ଏହି ଆସନ ଛାଡିପାରୁ ନ ଥିବା କହିଛନ୍ତି। ତେବେ ଏ ବିଷୟରେ ବର୍ତ୍ତମାନ ଅଧିକ ଆଲୋଚନା କରିବା ଠିକ ହେବ ନାହିଁ ବୋଲି ଆପ୍‍ ନେତା କହିଛନ୍ତି।

Leave A Reply