ଅନୁଗୋଳରେ ଫୁଟିଲା ଗୁଳି

0

ଅନୁଗୋଳ : ଅନୁଗୋଳ ସହରର ରାଜ ହୋଟେଲ ଛକଠାରେ ଥିବା ପେଟ୍ରୋଲ ଟାଙ୍କି ସମ୍ମୁଖରେ ଶୁକ୍ରବାର ରାତି ୮ଟାରେ ଗୁଳି ମାଡ଼ରେ ଜଣେ ଫଳଦୋକାନୀ ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପେଟ୍ରୋଲ ଟାଙ୍କି ପାଖରେ କୁରୁଡ଼ୋଲ ଗ୍ରାମର ଉପେନ୍ଦ୍ର ସାହୁ(୩୨) ଏକ ଫଳ ଦୋକାନ କରି ଜୀବିକା ନିର୍ବାହ କରୁଛନ୍ତି। ରାତି ୮ଟା ବେଳେ ତାଙ୍କୁ ଶୋଷ ଲାଗିବାରୁ ପେଟ୍ରୋଲ ଟାଙ୍କିରେ ଥିବା ଥଣ୍ଡା ପାନୀୟ ଜଳଯୋଗାଣରୁ ପାଣି ପିଇ ଫେରୁଥିବା ବେଳେ ଦୁଇଜଣ ଯୁବକ ତାଙ୍କୁ ଅତର୍କିତ ଭାବରେ ଗୁଳି କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇ ପଡ଼ି ଥିବା ବେଳେ ଗୁଳିର ଶବ୍ଦରେ ସ୍ଥାନୀୟ ଦୋକାନୀମାନେ ଦୌଡ଼ି ଆସିଥିଲେ।

Leave A Reply