କଲ୍ୟାଣସିଂହପୁରରେ ନକ୍ସଲ୍‍ ବିରୋଧୀ ପୋଷ୍ଟର

0

ରାୟଗଡ଼ା: ସାଧାରଣତଃ ନକ୍ସଲ୍‍ ସଂଗଠନ ପକ୍ଷରୁ ପୁଲିସ୍‍ ଓ ପ୍ରଶାସନର ବିଭିନ୍ନ କାର୍ଯ୍ୟକଳାପକୁ ବିରୋଧ କରି ପୋଷ୍ଟର ଲଗାଯାଉଥିବା ବେଳେ ଆଜି ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। କଲ୍ୟାଣସିଂହପୁରର ଦୁଇଟି ସ୍ଥାନରେ ନକ୍ସଲ୍‍ ବିରୋଧୀ ପୋଷ୍ଟର ଲଗାଯାଇଛି। ଜଗନ୍ନାଥ ମନ୍ଦିର ଓ କଲ୍ୟାଣସିଂହପୁର ହାଇସ୍କୁଲ୍‍ କାନ୍ଥରେ ଲାଗିଥିବା ଏହି ପୋଷ୍ଟରରେ ନିୟମଗିିରିରେ ଦଳିତ ଓ ଆଦିବାସୀ ମହିଳା ଓ ଯୁବକଙ୍କୁ ହତ୍ୟା ନକରିବା ଏବଂ ରାସ୍ତାରେ ବୋମା ଓ ଲ୍ୟାଣ୍ଡମାଇନ୍‍ ନ ଖଞ୍ଜିବା ଏବଂ ପ୍ରଜାକୋର୍ଟ ବନ୍ଦ କରିବା ପାଇଁ ଆହ୍ୱାନ ଦିଆଯାଇଛି। ରାୟଗଡ଼ା ଆଦିବାସୀ ଏକତା ମଞ୍ଚ ନାମରେ ପୋଷ୍ଟର ଲଗାଯାଇଛି।

Leave A Reply