ଅନୁଗୁଳକୁ ଦିନିକିଆ ଗସ୍ତରେ ରାଜ୍ୟପାଳ

0

ଅନୁଗୁଳ: ଅନୁଗୁଳ ଜିଲାକୁ ଦିନିକିଆ ଗସ୍ତରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆସିଛନ୍ତି। ରାଜ୍ୟପାଳ ଜିଲା ଗସ୍ତରେ ଆସି ସର୍କିଟ ହାଉସଠାରେ ଜିଲାର ବିଭିନ୍ନ ପଦାଧିକାରୀମାନଙ୍କ ସହ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ରାଜ୍ୟପାଳ ଜିଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଶିଶୁ ମୃତ୍ୟୁହାର,ମାତୃ ମୃତ୍ୟୁହାର, ସ୍ଵଚ୍ଛ ଭାରତ ଯୋଜନା କାର୍ଯ୍ୟକାରିତା, ପାନୀୟଜଳ ଯୋଗାଣ, ବିଦ୍ୟୁତ ଆଦି ବିଭିନ୍ନ ପ୍ରକଳ୍ପ ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହା ସମ୍ବନ୍ଧରେ ବୈଠକରେ ଆଲୋଚନା କରିଥିଲେ। ଏଥିରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ସମେତ ଜିଲାପାଳ ଅନିଲ ସାମଲଙ୍କ ସହ ଜିଲାର ବହୁ ବରିଷ୍ଠ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟପାଳ ତାପରେ ବାଜିରାଉତ ଛାତ୍ରାବାସ ଯାଇ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅନୁଗୁଳ ଜିଲା ଏକ ଉନ୍ନତ ଜିଲ୍ଲା ବୋଲି ରାଜ୍ୟପାଳ କହିଥିଲେ।

Leave A Reply