ଆସନ୍ତା ୧୫ରେ ସମ୍ବଲପୁର ଆସିବେ ଅମିତ ଶାହା

0

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆସନ୍ତା  ୧୫ ତାରିଖରେ ସମ୍ବଲପୁର ଆସୁଛନ୍ତି। ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି। ଏହି ଅବସରରେ ୪ଟି ଲୋକସଭା କ୍ଷେତ୍ର ଯଥା : ଢେଙ୍କାନାଳ, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ର ସଙ୍ଗଠକମାନଙ୍କୁ ନେଇ ସାଧାରଣ ସଭା  ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ବୁଥ୍‍ ସଭାପତି, ସମ୍ପାଦକ ଓ ପ୍ରଭାରୀମାନଙ୍କୁ ଶାହା ଗୁରୁମନ୍ତ୍ର ଦେବେ। ସୂଚନା ମୁତାବକ, ପ୍ରାୟ ୬୦ହଜାର ବୁଥ୍‍ ସ୍ତରୀୟ ସଙ୍ଗଠକ ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Leave A Reply