ମୋ ପାଇଁ ଅର୍ଥ ନୁହେଁ ଚଳଚ୍ଚିତ୍ରର କାହାଣୀ ଗୁରୁତ୍ୱପୂର୍ଣ୍ଣ : ଅମୀର ଖାନ

0

ମୁମ୍ବଇ : ଚଳଚ୍ଚିତ୍ର ସ୍ୱାକ୍ଷର କଲା ବେଳେ ଅର୍ଥକୁ ନୁହେଁ କାହାଣୀ ଓ ଚରିତ୍ରକୁ ଗୁରୁତ୍ୱ ଦେଇଥାନ୍ତି ବୋଲି ବଲିଉଡ଼ର ମିଷ୍ଟର ପରଫେକ୍ଟ ଅମୀର ଖାନ କହିଛନ୍ତି । ସେ ୧୯୮୮ ମସିହା ମଇ ମାସରୁ ନିଜ ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ। ମଶୁର ଖାନଙ୍କ ‘କୟାମତ ସେ କୟାମତ ତକ’ ଥିଲା ତାଙ୍କର ପ୍ରଥମ ଚଳଚ୍ଚିତ୍ର। ଏହି ଚଳଚ୍ଚିତ୍ର ବହୁତ ହିଟ ହୋଇଥିଲା। ବର୍ତ୍ତମାନ ସମୟରେ ଏହି ଚଳଚ୍ଚିତ୍ରକୁ ୩୦ ବର୍ଷ ହୋଇ ସାରିଛି। ଏହାସହ ତାଙ୍କ ଚଳଚ୍ଚିତ୍ର ଜୀବନକୁ ମଧ୍ୟ ୩୦ବର୍ଷ ପୂରିଛି । ଏହି ଅବସରରେ ଅମୀର କହିଛନ୍ତି ଯେ ଚଳଚ୍ଚିତ୍ର ଜୀବନ ଆରମ୍ଭ ବେଳେ ସେ ମାସକୁ ୧୦୦୦ ଟଙ୍କା ପାଉଥିଲେ ସେତେବେଳେ ତାଙ୍କ ପାଖରେ ନିଜର କାର ନଥିଲା। ସେ ବସରେ ଯାତାୟତ କରୁଥିଲେ କେବେବି ସେ ଟଙ୍କା ପାଇଁ ଚଳଚ୍ଚିତ୍ର କରିନାହାନ୍ତି। ସବୁବେଳେ ଇଚ୍ଛା ମୁତାବକ ଚରିତ୍ର ଓ କାହଣୀକୁ ନେଇ ଚଳଚ୍ଚିତ୍ର କରିବାକୁ ସେ ପସନ୍ଦ କରନ୍ତି। ଅର୍ଥକୁ ଗୁରୁତ୍ୱ ଦେଇଥିଲେ ସେ ତଲାସ ଭଳି ଚଳଚ୍ଚିତ୍ର କରିନଥାନ୍ତେ ବୋଲି କହିଛନ୍ତି।

Leave A Reply