ଶବ ନେଇ ଆସିଥିବା ତିନି ଆମ୍ବୁଲାନ୍ସ ଅଟକ

0

ଚାନ୍ଦବାଲି: ହାଇଦ୍ରାବାଦରୁ ଦାଦନ ଶ୍ରମିକଙ୍କ ଶବ ନେଇ ଆସିଥିବା ତିନିଟି ଆମ୍ବୁଲାନ୍ସକୁ ଗାଁ ଲୋକେ ଅଟକାଇ ରଖିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ଥାନା ବାଘନଟା ଗାଁରେ ଘଟିଛି ଏହି ଘଟଣା। ଗାଁର ଦୁଇ ଭାଇ ବିକାଶ ମହାଳିକ ଓ ପ୍ରକାଶ ମହାଳିକ ହାଇଦ୍ରାବାଦ୍‍ର ଏକ ଘରୋଇ ପାଣି ପାଇପ୍‍ କମ୍ପାନୀରେ କାମ କରିବା ପାଇଁ ଜଣେ ଠିକାଦାରଙ୍କ ଜରିଆରେ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଗତ ୭ ତାରିଖରେ ମାଟି ଅତଡ଼ା ଖସି ଦୁଇ ଭାଇଙ୍କ ସମେତ ଯାଜପୁରର ପ୍ରଶାନ୍ତ ସାହୁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ସେଠାରେ ବ୍ୟବଚ୍ଛେଦ ପରେ ଶବକୁ ଆମ୍ବୁଲାନ୍ସରେ ମୃତକଙ୍କ ଗାଁକୁ ପଠାଯାଇଥିଲା। ଆମ୍ବୁଲାନ୍ସ ପହଞ୍ଚିବା ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ତରଫରୁ କେହି ଆସି ନଥିବା ଦେଖି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। କମ୍ପାନୀ କର୍ତ୍ତୃପକ୍ଷ ଆସି ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗାଁ ଲୋକ ଆମ୍ବୁଲାନ୍ସ ଓ ତିନି ଡ୍ରାଇଭରଙ୍କୁ ଅଟକ ରଖିଛନ୍ତି।

Leave A Reply