କଞ୍ଚା ଆମ୍ବ ଓ ମିଶ୍ରିତ ଫଳ ପଣା

0

ଖରାଦିନେ ବିଭିନ୍ନ ପ୍ରକାରର ପଣା କରାଯାଇଥାଏ । ପଣା ସଂକ୍ରାନ୍ତିରୁ ପଣାର ପରମ୍ପରା ଆରମ୍ଭ ହୋଇଥାଏ  । କଞ୍ଚା ଆମ୍ବ ସହ ବିଭିନ୍ନ ଫଳ ମିଶାଇ ପଣା ପ୍ରସ୍ତୁତ କରାଯାଇଥାଏ ।

ଏଥିପାଇଁ ଆବଶ୍ୟକୀୟ ସାମଗ୍ରୀ- ଛେନା , ସେଓ, ଛୋଟ ଛୋଟ ଆକାରର କଟା ହୋଇଥିବା ଅଦା, ଗୋଲ ମରିଚ ଗୁଣ୍ଡ, ପାଚିଲା କଦଳୀ, କାଜୁ, ନଡିଆ କୋରା, ଗୁଜୁରାତି ଗୁଣ୍ଡ , କ୍ଷୀର, ଛୋଟ ଛୋଟ ଆକାରରେ କଟା ହୋଇଥିବା କଞ୍ଚା ଆମ୍ବ ।

ପ୍ରଥମେ ଆବଶ୍ୟୟୀ ଅନୁସାରେ ପାଣିରେ ଚିନି କିମ୍ବା ଗୁଡ ପକାଇ, ସେଓ କଟା, ଛୋଟ ଛୋଟ ଆକାରର କଟା ହୋଇଥିବା ଅଦା, ପାଚିଲା କଦଳୀ, କ୍ଷୀର, ଛୋଟ ଛୋଟ ଆକାରରେ କଟା ହୋଇଥିବା କଞ୍ଚା ଆମ୍ବ  ଛେନାକୁ ମିଶା ଚକଟନ୍ତୁ । ଏହାପରେ ଏହାକୁ କ୍ଷୀର ସହ ଅଳ୍ପ ପାଣିରେ ମିଶାଇ ପଣା କରନ୍ତୁ । ସେଥିରେ ଗୋଲ ମିରିଚ ଗୁଣ୍ଡ ଓ କାଜୁ, ନଡିଆ କୋରା, ଗୁଜୁରାତି ଗୁଣ୍ଡ , ପକାଇ ପରଷନ୍ତୁ ।

ଏହି ପଣାରେ ଅତି ଉପାଦୟକ ତତ୍ୱ ରହିଛି ।

Leave A Reply