ଆମାଜନ ଗ୍ରେଟ ଇଣ୍ଡିଆନ ସେଲ : ମାତ୍ର ୭,୯୯୯ଟଙ୍କା‌ରେ ମଳିବ ରେଡମି ୱାଇ-୨

0

ନୂଆଦିଲ୍ଲୀ : ଆମାଜନ ଇଣ୍ଡିଆରେ ୨୦୧୯ ଜାନୁଆରୀ ୨୦ରବିବାରରୁ ସାଧାରଣତନ୍ତ୍ର ଦିବସ ଅବସରରେ ଆମାଜନ ଗ୍ରେଟ ଇଣ୍ଡିଆନ ସେଲର ଶୁଭାରମ୍ଭ ହେବାକୁଯାଉଛି। ଏହି ସେଲରେ ଅନର, ନୋକିଆ, ସାମସଙ୍ଗ ଏବଂ ଜିଓମିର ସ୍ମାର୍ଟଫୋନରେ ରିଆତି ମିଳିବ। ଆମାଜନର ଏହି ସେଲରେ ରେଡମି ୱାଇ-୨ରେ ସବୁଠାରୁ ଭଲ ରିଆତି ମିଳିବ।

ତେବେ ଆସନ୍ତୁ ଜାଣିବା ଆମାଜନ ଇଣ୍ଡିଆନ ସେଲରେ ମଳିବାକୁଥିବା ଅଫର ବିଷୟରେ –

courtesy-amazon.in

ସର୍ବପ୍ରଥମେ ରେଡମି ୱାଇ-୨ ବିଷୟରେ କହିଲେ ଏହି ସେଲରେ ରେଡମି ୱାଇ-୨ ଫୋନକୁ ମାତ୍ର ୭,୯୯୯ଟଙ୍କା ମୂଲ୍ୟରେ କିଣିପାରିବେ। ଏହାକୁ ପ୍ରଥମେ ଭାରତରେ ୯,୯୯୯ଟଙ୍କା ମୂଲ୍ୟରେ ଭାରତରେ ଲଞ୍ଚ କରାଯାଇଥିଲା। ଏହି ଫୋନକୁ କ୍ରୟ କରିବା ବେଳେ ଏଚଡିଏଫସି କାର୍ଡରୁ ପେମେଣ୍ଟ କରିବା ଦ୍ବାରା ୧୦ପ୍ରତିଶତ ରିଆତି ପାଇପାରିବେ।

courtesy-indiatides.com

ରେଡମି ବ୍ୟତୀତ ରିଅଲମିର ଫୋନ ଉପରେ ମଧ୍ୟ ରିଆତି ଦିଆଯିବ। ରିଅଲମିର କହିବାଅନୁସାରେ ଆମାଜନର ଏହି ସେଲରେ ରିଅଲମି-୨ ପ୍ରୋର ୧୩,୯୯୦ଟଙ୍କାର ଫୋନକୁ ୧,୦୦୦ଟଙ୍କାର ରିଆତି ସହିତ ୧୨,୯୯୦ଟଙ୍କା ମୂଲ୍ୟରେ କଣିପାରିବେ।

courtesy-BGR india

ଏହି ସେଲରେ ଡୁଆଲ ରିୟର କ୍ୟାମେରା ଥିବା ଫୋନ ୱାୱେ ପି-୨୦ ଲାଇଟକୁ ୧୨,୯୯୯ଟଙ୍କାରେ କିଣିପାରିବେ। ପ୍ରଥମେ ଭାରତରେ ଏହି ଫୋନକୁ ୧୯,୯୯୯ଟଙ୍କାରେ ଲଞ୍ଚ କରାଯାଇଥିଲା। ଏହି ଫୋନରେ ୨୪ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି।

courtesy-BGR india

ଆମାଜନରେ ଅନର ପ୍ଲେକୁ ୧୩,୯୯୯ଟଙ୍କାରେ କିଣିପାରିବେ। ଏହି ଫୋନକୁ ଭାରତରେ ୧୯,୯୯୯ ଟଙ୍କାରେ ଲଞ୍ଚ କରାଯାଇଥିଲା। ଏଥିରେ ଡୁଆଲ ରିୟର କ୍ୟାମେରା ଏବଂ ୧୬ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି।

Leave A Reply