ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ; ୮ଟି ବ୍ଲକ ପାଇଁ ୪୯.୭୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର

0

ଭୁବନେଶ୍ୱର: ଶୁକ୍ରବାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ସାତଟି ଜିଲ୍ଲାର ଆଠଟି ବ୍ଲକ ପାଇଁ ୪୯.୭୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏଥିରେ ଭଦ୍ରକ ଜିଲ୍ଲାର ଧାମନଗର, କଟକ ଜିଲ୍ଲାର କଟକ ସଦର, ଗଞ୍ଜାମର ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ଭବାନୀପାଟଣା, କେନ୍ଦୁଝର ଜିଲ୍ଲାର ତେଲକୋଇ ଏବଂ ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ ସାମିଲ ରହିଛି ।  ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ୩୧ଟି ପଂଚାୟତରେ ୨୬୧ଟି ପ୍ରକଳ୍ପ ପାଇଁ ୭.୭୫ କୋଟି, କଟକ ଜିଲ୍ଲା କଟକ ସଦର ବ୍ଲକର ୨୨ଟି ପଂଚାୟତରେ ୨୯୦ଟି ପ୍ରକଳ୍ପ ପାଇଁ ୫.୭୫କୋଟି ଟଙ୍କାରେ, ଗଞ୍ଜାମ ଖଲ୍ଲିକୋଟ ବ୍ଲକର ୨୯ଟି ପଂଚାୟତର ୧୭୮ଟି ପ୍ରକଳ୍ପ ପାଇଁ ୭.୨୫ କୋଟି ଓ ପୁରୁଷୋତ୍ତମପୁର ବ୍ଲକର ୨୬ଟି ପଂଚାୟତ ପାଇଁ ୬.୫୦ କୋଟି ଟଙ୍କାରେ ୧୮୫ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି । ସେହିପରି ଜଗତସିହପୁରର କୁଜଙ୍ଗ ବ୍ଲକ ୨୮ଟି ପଂଚାୟତ ପାଇଁ ୭କୋଟି ଟଙ୍କାରେ ୨୫୦ଟି ପ୍ରକଳ୍ପ , କଳାହାଣ୍ଡିର ଭବାନୀପାଟଣା ବ୍ଲକର ୩୬ଟି ପଂଚାୟତ ପାଇଁ ୮କୋଟି ଟଙ୍କାରେ ୩୬୩ଟି ପ୍ରକଳ୍ପ, କେନ୍ଦୁଝର ତେଲକୋଇର ୨୨ଟି ପଂଚାୟତ ପାଇଁ ୩.୧୭ କୋଟିର ୧୨୦ଟି ପ୍ରକଳ୍ପ ଓ ଖୋର୍ଦ୍ଧା ବାଣପୁର ବ୍ଲକ ୧୭ଟି ପଂଚାୟତ ପାଇଁ ମୁଖ୍ୟମନ୍ତ୍ରୀ ୪୯.୬୩ କୋଟି ଟଙ୍କାରେ ୧୭୯୮ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୬୯ଟି ବ୍ଲକର ୫,୯୪୫ଟି ଗ୍ରାମ ପଂଚାୟତରେ ୫୪ ହଜାର ୭୮୬ଟି ପ୍ରକଳ୍ପ ପାଇଁ ୧୩୬୨.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ ଓ ମୁଖ୍ୟ ଶାସନ ସଚିବ, କୃଷି ଉତ୍ପାଦନ କମିଶନର, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଜିଲ୍ଲାପାଳ ଓ ପଂଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave A Reply