ଆଳୁ ଓ ଡାଳିମ୍ବ ରାଇତା

0

ଆବଶ୍ୟକ ସାମଗ୍ରୀ :

ଆଳୁ (ସିଝା) – ୪ଟି

ଦହି – ୪ କପ

ଡାଳିମ୍ବ – ୧ କପ

ଲଙ୍କା ଗୁଣ୍ଡ – ୧ ଚାମଚ

ଚାଟ ମସଲା – ୧ ଚାମଚ

ଧନିଆ ପତ୍ର

ଲୁଣ – ସ୍ବାଦ ଅନୁଯାୟୀ

ତେଲ – ଆବଶ୍ୟକ ଅନୁଯାୟୀ

ଜିରା ପାଉଡର

ପୁଦିନା ପତ୍ର

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ସିଝା ଯାଇଥିବା ଆଳୁରୁ ଚୋପା ଛଡାଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ତାପରେ ଗ୍ୟାସରେ କଡେଇ ବସାଇ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ କାଟିଥିବା ଆଳୁକୁ ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ତାପରେ ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ତାପରେ ଏକ ପାତ୍ରରେ ଦହି ଓ ଭଜା ଆଳୁକୁ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ମିଶ୍ରଣରେ ଲୁଣ, ଲଙ୍କା ଗୁଣ୍ଡ, ଚାଟ ମସଲା, ଜିରା ଗୁଣ୍ଡ ମିଶାଇ ଦିଅନ୍ତୁ। ପୁନଶ୍ଚ ସେହି ମିଶ୍ରଣରେ ଡାଳିମ୍ବ ଦାନା ଓ ଧନିଆ ପତ୍ର ମିଶାଇ ମିଶାଇ ଦିଅନ୍ତୁ। ଏହାକୁ ୧୦ମିନିଟ ଫ୍ରିଜ୍‌ରେ ରଖି ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପ​‌ରେ ଏହାକୁ ଫ୍ରିଜରୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଆଳୁ ଓ ଡାଳିମ୍ବ ରାଇତା। ଏହାକୁ ଥଣ୍ଡା ଥଣ୍ଡା ଖାଆନ୍ତୁ।

Leave A Reply