ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ଘଟଣା : ସମସ୍ତ ଅଭିଯୁକ୍ତ ମୁକ୍ତ

0

ନୂଆଦିଲ୍ଲୀ : ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ଘଟଣାରେ ସମସ୍ତ ଅଭିଯୁକ୍ତ ମୁକ୍ତ ହୋଇଛନ୍ତି । ହରିୟାଣାର ପଞ୍ଚକୁଳା ସ୍ଥିତି ଏନଆଇଏର ସ୍ୱତନ୍ତ୍ର ଅଦାଲତ ୨୦୦୭ ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ଘଟଣାରେ ନବ କୁମାର ସରକାର ଓରଫ ଅସୀମାନନ୍ଦ, କମଲ ଚୌହାନ, ରାଜିନ୍ଦର ଚୌଧୁରୀ, ଲୋକେଶ ଶର୍ମାଙ୍କୁ କୋର୍ଟ ମୁକ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ ୧୨ ବର୍ଷ ପୂର୍ବେ ହୋଇଥିବା ଏହି ବିସ୍ଫୋରଣରେ ୬୮ ଜଣଙ୍କ ମୃତ୍ୟୁ ହୋଇଥିଲା ଯେଉଁଥିରେ ଅଧିକାଂଶ ପାକିସ୍ତାନୀ ନାଗରିକ ଥିଲେ ।

ଏହି ବିସ୍ଫୋରଣ ମାମଲାରେ ପାକିସ୍ତାନୀ ମହିଳା ରାହିଲାଙ୍କ ଓକିଲଙ୍କ ଅବେଦନକୁ ଅଦାଲତ ଖାରଜ କରିଥିଲେ । ଏହାପରେ କୋର୍ଟ ଏହି ମାମଲାର ରାୟ ଶୁଣାଇଥିଲେ । କୋର୍ଟ ରାହିଲାଙ୍କ ଆବେଦନ ଉପରେ ଶୁଣାଣି କରି  ସିଆରସିପିସିର ଧାରା ୩୧୧ ଅନୁସାରେ ମାମଲାକୁ ଖାରଜ କରିଦେଇଥିଲେ ।

୨୦୦୭ ଫେବ୍ରୁଆରୀ ୧୮ରେ  ହରିୟାଣାର ପାନିପଥରେ ଦିଲ୍ଲୀରୁ ଲାହୋର ଯାଉଥିବା ସମଝୌତା ଏକ୍ସପ୍ରେସରେ ବିସ୍ଫୋରଣ ହୋଇଥିଲା । ଚାନ୍ଦନୀ ବାଗ ଥାନା ଅନ୍ତର୍ଗତ ସିବାହ ଗାଁର ଦିୱାମ ଷ୍ଟସେନ ପାଖରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ୬୭ଙ୍କ ମୃତ୍ୟୁ ହୋଇଥିଲା, ଅନ୍ୟ ଜଣେ ଗୁରୁତରଙ୍କୁ ଦିଲ୍ଲୀର ଏକ ଡାକ୍ତରଖାନକୁ ସ୍ଥାନାନ୍ତର କରାଯିବା ସମୟରେ ମୃତ୍ୟୁ ହୋଇଥିଲା

 

 

Leave A Reply