୮୦୦ସିଟ୍‍ ପାଇଁ ୧୫୪ କେନ୍ଦ୍ର

0

ଭୁବନେଶ୍ୱର : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‍ସ)ରେ ଏମ୍‍ବିବିଏସ୍‍ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ମେ’ ୨୬ ଓ ୨୭ ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହେବ। ଦୁଇଟି ସିଟିଂରେ ଏମ୍‍ସ ପ୍ରବେଶିକା ପରୀକ୍ଷା କରାଯିବ। ପ୍ରଥମ ସିଟିଂ ପାଇଁ ସକାଳ ୯ରୁ ମଧ୍ୟାହ୍ନ ୧୨ଟା ଏବଂ ଦ୍ୱିତୀୟ ସିଟିଂ ପାଇଁ ଅପରାହ୍ଣ ୩ରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏମ୍‍ସ ପ୍ରବେଶିକା ୨୦୧୮ ଅନ୍‍ଲାଇନ୍‍ ମୋଡ୍‍ ତଥା କମ୍ପ୍ୟୁଟର ବେସ୍‍ଡ୍‍ ଟେଷ୍ଟ(ସିବିଟି)ରେ ଅନୁଷ୍ଠିତ ହେବ। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ(ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ) ପ୍ରତ୍ୟେକ ବିଷୟ ପାଇଁ ୬୦ ନମ୍ବର ରହିଛି। ତେବେ ସାଧାରଣ ଜ୍ଞାନ ଲାଗି ୧୦ ନମ୍ବର ଏବଂ ଆପ୍ଟିଚ୍ୟୁଟ୍‍ ଆଣ୍ଡ ଲଜିକାଲ୍‍ ଥିଙ୍କିଂ ପାଇଁ ୧୦ ନମ୍ବର ପ୍ରଶ୍ନ ପଚରାଯିବ।  ଏଏମ୍‍ସ୍‍ ପ୍ରବେଶିକା ୨୦୧୮ ପାଇଁ ଆଡ୍‍ମିଟ୍‍ କାର୍ଡ ୱେବ୍‍ସାଇଟ୍‍ରେ ଅପ୍‍ଲୋଡ୍‍ କରାଯାଇଛି, ତାହା ଛାତ୍ରଛାତ୍ରୀ ଡାଉନ୍‍ଲୋଡ୍‍ କରିପାରିବେ।
ଏମ୍‍ସ ପ୍ରବେଶିକା ପାଇଁ ୧୫୪ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ସେଥିମଧ୍ୟରୁ ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା ଓ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ନୂଆଦିଲ୍ଲୀ, ଭୋପାଳ, ଭୁବନେଶ୍ୱର, ଗୁଣ୍ଠୁର, ଯୋଦ୍ଧପୁର, ନାଗପୁର, ପାଟନା, ରାୟପୁର ଓ ଋଷିକେଶରେ ମୋଟ ୮୦୦ ଏମ୍‍ବିବିଏସ୍‍ ସିଟ୍‍ ରହିଛି। ସେଥିମଧ୍ୟରୁ ଗୁଣ୍ଠୁର ଓ ନାଗପୁରରେ ୫୦ଟି ଲେଖାଏଁ ଏମ୍‍ବିବିଏସ୍‍ ସିଟ୍‍ ଏବଂ ନୂଆଦିଲ୍ଲୀ, ଭୋପାଳ, ଭୁବନେଶ୍ୱର, ଯୋଦ୍ଧପୁର, ପାଟନା, ରାୟପୁର ଓ ଋଷିକେଶରେ ୧୦୦ଟି ଏମ୍‍ବିବିଏସ୍‍ ସିଟ୍‍ ରହିଛି।ଏମ୍‍ସ ପ୍ରବେଶିକା ଫଳ ଜୁନ୍‍ ୧୮ରେ ପ୍ରକାଶ ପାଇବ। ମନୋନୀତ ଛାତ୍ରଛାତ୍ରୀଙ୍କୁ ନୂଆଦିଲ୍ଲୀ ଏମ୍‍ସରେ ଜୁଲାଇ ୯ରୁ ୧୯ ପର୍ଯ୍ୟ୍‍ନ୍ତ ଓଡ଼ିଏଣ୍ଟେସନ୍‍ ଆଣ୍ଡ୍‍ ଏକାଡେମିକ୍‍ ପ୍ରୋଗ୍ରାମ ଆୟୋଜିତ ହେବ ଏବଂ ଅଗଷ୍ଟ ୧ରୁ ପାଠପଢ଼ା ଆରମ୍ଭ କରାଯିବ ବୋଲି ସୂଚନା ଦିଆଯାଇଛି।

Leave A Reply