ଆଧାର ଲିଙ୍କ ସମୟ ସୀମା ବଢିଲା

0

ନୂଆଦିଲ୍ଲୀ: ଆଧାର ଲିଙ୍କ ପାଇଁ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ  ବ୍ୟାଙ୍କ ଆକାଉଣ୍ଟ ସହ ମୋବାଇଲ ଫୋନ୍‌ ନମ୍ବରରେ ଆଧାର ଲିଙ୍କ ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଥିଲା । ସୁପ୍ରିମ କୋର୍ଟ ଏହି ସମୟସୀମାକୁ ବୃଦ୍ଧି କରିଛନ୍ତି ।

ପରବର୍ତ୍ତୀ ଫଇସଲା ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ଏହାକୁ ନେଇ ଚାପ ପକାଇ ପାରିବେ ନାହିଁ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି ।

ସବସିଡ୍‌ ନେବା ପାଇଁ ଆଧାର କାର୍ଡ ବାଧ୍ୟତା ମୂଳକ,  ସମସ୍ତ ସମାଜ କଲ୍ୟାଣକାରୀ ଯୋଜନାରେ ସବସିଡ୍‌ ପାଇଁ ଆଧାର ଲିଙ୍କ  ବାଧ୍ୟତା ମୂଳକ ବୋଲି ସୁପ୍ରିମ କୋର୍ଟ  କହିଛନ୍ତି ।

ଗତବର୍ଷ ଡିସେମ୍ବର ମାସରେ ଆଧାର ସହ ମୋବାଇଲ ନମ୍ବରକୁ ଲିଙ୍କ କରିବା ସମୟ ସୀମା ମାର୍ଚ୍ଚ ୩୧ ତାରିଖକୁ ବୃଦ୍ଧି କରିଥିଲେ । ଆଧାର ବିଷୟରେ ସୁପ୍ରିମ କୋର୍ଟରେ ଅନେକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏକ ବେଞ୍ଚ ଏହାର ଶୁଣାଣୀ କରୁଛନ୍ତି ।

Leave A Reply