ସ୍କୁଲ ବସ ଓଲଟି ୨୦ ଛାତ୍ରଛାତ୍ରୀ ଆହତ

0

ଗୁଣ୍ଟୁର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ସୋମବାର ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଏକ ସ୍କୁଲ ବସ ଓଲଟି ପଡିବାରୁ ୨୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କୁ ଚିକିତ୍ସା ପାଇଁ ମାଚାର୍ଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୁଲିସ ସୂଚନା ଅନୁଯାୟୀ ବସରେ ୫୨ ଜଣ ଛାତ୍ରଛାତ୍ରୀଙ୍କ ବ୍ୟତୀତ ସ୍କୁଲ ଶିକ୍ଷକ ମଧ୍ୟ ଥିଲେ । ବସଟି ଏକ ପୋଲ ଅତିକ୍ରମ କରୁଥିବା ବେଳେ ଗାଡି ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଫଳରେ ବସ୍‌ଟି ପୋଲ ତଳେ ଥିବା ଜଳଧାରା ମଧ୍ୟକୁ ଓଲଟି ପଡ଼ିଥିଲା । ଗୁଣ୍ଟୁର ଜିଲ୍ଲାର ଶୈଲମ- ମାଚାର୍ଲା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମି ରହିଥିବା ବେଳେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିଛି ।

Leave A Reply