ସଡକ ଦୁର୍ଘଟଣାରେ ଜଣେ ମୃତ,ଜଣେ ଗୁରୁତର

0

ରାଉରକେଲା: ଦେଓଗାଁ ନିକଟରେ ସଡକ ଦୁର୍ଘଟଣାରେ ଜଣେ ମୃତ,ଜଣେ ଗୁରୁତର ଆହତ ହୋଇଛନ୍ତି। ମହିଳା ଓ ଯୁବକ ବାଇକ ଯୋଗେ ଫଟିଲାଇଜରରୁ ରାଉରକେଲା ଆସୁଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ଯୁବକ ଜଣଙ୍କ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply