ପାହାଳରେ ୩ଟି ଗାଡି ଦୁର୍ଘଟଣାଗ୍ରସ୍ତ

0

କଟକ: ୧୬ ନମ୍ବର ଜାତୀୟ ରାଜପଥ ପାହାଳ ନିକଟରେ ୩ଟି ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରଥମେ ଏକ ଟ୍ରକ୍ ଗୋଟିଏ କାରକୁ ଧକ୍କା ଦେଇଥିଲା । ଏହି ସମୟରେ ପଛରୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ଭାରସ୍ୟମ ହରାଇ ପୁଣି ସେହି କାରର ପଛକୁ ସାମାନ୍ୟ ଧକ୍କା ଦେବା ସହ ରାସ୍ତା କଡ ଡିଭାଇଡର ଉପରକୁ ମାଡି ଯାଇଥିଲା। ଏଥିରେ କେହି ମୃତାହତ ହୋଇନଥିବା ବେଳେ କାରରେ ଥିବା ୩ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେମାନଙ୍କ ମଧ୍ୟରେ ୪ବର୍ଷର ଛୋଟ ଝିଅ ଥିବା ଜଣାପଡିଛି। ଦୁର୍ଘଟଣା ପରେ ପ୍ରଥମେ କାରକୁ ଧକ୍କା ଦେଇଥିବା ଟ୍ରକ ଚାଳକ ଫେରାର ହୋଇଯାଇଛି। ଏହି ଘଟଣା ପରେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଘଟଣାସ୍ଥଳରେ ପାହାଳ ପାଣ୍ଡି ପୁଲିସ ପହଞ୍ଚି ପରିସ୍ଥିତିକୁ ସୁଧାରିଥିଲେ ।

Leave A Reply