ଇଣ୍ଡିଗୋ କାର ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ  

0

ଝାରସୁଗୁଡା: ଝାରସୁଗୁଡା ସରକାହାଲ ବାଇପାସ ଛକରେ ଆଜି ସକାଳେ ଏକ ଇଣ୍ଡିଗୋ କାର ଧକ୍କାରେ ଜଣେ ସାଇକେଲ ଅରୋହୀଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତଲୋକ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଛନ୍ତି ।

ସୂଚନାଯୋଗ୍ୟ, ମୃତକଙ୍କ ନାମ ହେଲା ଝାରସୁଗୁଡା ଟାଉନ ଥାନା ଅନ୍ତର୍ଗତ ଜମେରା ଗାଁର ଅଲେଖ ବାଦୀ(୪୫)। ଆଜି ସକାଳେ କୌଣସି କାମ ପାଇଁ ମୁଖ୍ୟ ରାସ୍ତାରେ ସାଇକେଲରେ ଯାଉଥିବା ବେଳେ ଦ୍ରୁତ ଗତିରେ ଏକ କାର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇ ଥିବା ଗାଡିକୁ ପୁଲିସ ଜବତ କରିବା ସହ ଚାଳକଙ୍କୁ ଥାନାରେ ଅଟକ ରଖିଛି।

Leave A Reply