ତିନୋଟି ସ୍ଥାନରେ ସଡକ ସୁର୍ଘଟଣା; ୨ ମୃତ, ୨୦ ଆହତ

0

ରାଉରକେଲା/ନୂଆପଡା: ରାଉରକେଲା ଦାରଜିଂ ନିକଟରେ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି। ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବସଟି ଭାରସ୍ୟାମ ହରାଇ ଜଙ୍ଗଲ ମଧ୍ୟକୁ ପସି ଯିବା ଫଳରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଆଜି ସକାଳେ କୁତ୍ରା ଥାନା ଅଧୀନସ୍ଥ ଗଡ଼ପୋଷ ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିଲା ।

ସେହିପରି ନୂଆପଡ଼ା ଥାନା ଅନ୍ତର୍ଗତ ସିଲଦା ଗ୍ରାମ ନାଳା ନିକଟରେ ଏକ ଟ୍ରକ୍‌ ପଛରେ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ  ଜଣେ ହେଲ୍‌ପରଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Leave A Reply