ଦୁର୍ଘଟଣାରେ ବାଳକର ମୃତ୍ୟୁ ; ଦୀର୍ଘ ସମୟ ଧରି ରାସ୍ତା ଅବରୋଧ

0

ବିରିଡି(ଜଗତସିଂହପୁର) :  କନ୍ଦରପୁର-ଜଗତସିଂହପୁର ରାସ୍ତାର ହାଜିପୁର ଠାରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଳକର ମୃତ୍ୟୁକୁ କେନ୍ଦ୍ର  କରି ରାସ୍ତା ଅବରୋଧ ଯୋଗୁ ଦୀର୍ଘ ସମୟ ଧରି ଗାଡି ଚଳାଚଳ ବ୍ୟାହତ ହୋଇଛି

ହାଜିପୁର ଛକରେ ଜଣେ ୧୧ ବର୍ଷ ବୟସ୍କ ବାଳକ ରାସ୍ତା ପାରି ହେଉଥିବା ବେଳେ କଟକ ଆଡ଼କୁ ଯାଉଥିବା ଏକ ଟାଟା ମେଜିକ୍‌ ଭ୍ୟାନ୍‌ ତାଙ୍କୁ ଧକ୍କା ଦେଇଥିଲା।  ଫଳରେ ପିଲାଟିର  ମୁଣ୍ଡରେ ଭୀଷଣ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନା ନିଆଯିବାଟରେ ତାହାର ମୃତ୍ୟୁ ଘଟିଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକେ କ୍ଷତିପୂରଣ ଦାବି କରି ହାଜିପୁର ଛକ ଠାରେ ମୃତ ଦେହ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ବିରିଡ଼ି ତହସିଲଦାର ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିବା ପରେ ଘଟଣାସ୍ଥଳରୁ ଶବ ଉଠାଇ ନିଆଯାଇଛି।

Leave A Reply