ସଡକ ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

0

ନବରଙ୍ଗପୁର : ରବିବାର ବିଳମ୍ବିତ ରାତିରେ କେସିଙ୍ଗା ନିକଟରେ ଏକ ସଡକ ଦୁର୍ଘଟଣାରେ ୩ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ନବରଙ୍ଗପୁର ଜିଲା ଉମରକୋଟରୁ କଟକ ଯାଉଥିବା ଏକ ଘରୋଇ ବସ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତକମାନଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣା ପରେ ଉକ୍ତ ବସର ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି। ଖବର ପାଇ ସଇଁତଳା ପୁଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହାସହ ବସଟିକୁ ମଧ୍ୟ ଜବତ କରିଛି। ପୁଲିସ ତଦନ୍ତ ଆରମ୍ଭ କରିବା ସହ ମୃତକଙ୍କ ପରିଚୟ ନିମନ୍ତେ ଚେଷ୍ଟା ଚଳାଇଛି।

Leave A Reply