ସଡକ ଦୁର୍ଘଟଣାରେ ୨ ମୃତ

0

ଭୁବନେଶ୍ବର : ବରମୁଣ୍ଡା ଓଭରବ୍ରିଜ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଦମ୍ପତ୍ତିଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ମୃତକମାନେ ନୟାଗଡ ଜିଲା ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି। ଏହାସହ ତଦନ୍ତ ମଧ୍ୟ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଭୁବନେଶ୍ବର ବରମୁଣ୍ଡା ଓଭରବ୍ରିଜ ନିକଟରେ ସଡକ ଦୁର୍ଘଟଣା ହୋଇଛି। ଖଣ୍ଡଗିରି ଆଡୁ ବରମୁଣ୍ଡା ଅଭିମୁଖେ ଆସୁଥିବା ଏକ ଅଜଣା ଗାଡି ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏଥିରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା।

Leave A Reply