ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଜଣେ ମୃତ , ୨ ଆହତ

0

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ଅଞ୍ଚଳରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁଇଟି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ସିମୁଳିଆ ଜଳଙ୍ଗର ଜଣେ ବାଇକ ଆରୋହୀ ଘରକୁ ଫେରୁଥିବା ବେଳେ ଚନ୍ଦପୁର ବଜାର ପାଖରେ ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟିଥିଲା।
ସେହିପରି ୧୬ ନମ୍ବର ଜାତୀୟ ରାଜପଥର ବରଫ କଳ ପାଖରେ ବାଲେଶ୍ୱରରୁ ଭଦ୍ରକ ଯାଉଥିବା ଏକ କାର ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ଧକ୍କା ଦେଇଥିଲା। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Leave A Reply