ସଡକ ଦୁର୍ଘଟଣାରେ ଜଣେ ମୃତ, ୫ ଗୁରୁତର

0

ବୌଦ୍ଧ : ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ହୋଇଛନ୍ତି। ଏପରି ଘଟଣା ବୌଦ୍ଧ ଜିଲା ହରଭଙ୍ଗ ବ୍ଲକ ପୁରୁଣା କଯକ ଥାନା ଅନ୍ତର୍ଗତ ଚାରିଛକ ହରଭଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ବାଘଛେପରା ନିକଟରେ ଘଟିଛି। ସେଠାରେ ଏକ ଡିଜେ ଗାଡିଟି ଗଛକୁ ଧକ୍କା ଦେଇ ଓଲଟି ପଡିଥିଲା। ମୃତ ବ୍ୟକ୍ତି ହେଉଛନ୍ତି ସୁନୀଲ ମଲିକ (୨୦)। ଗୁରୁତର ବ୍ୟକ୍ତିମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 

Leave A Reply