ସଡକ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

0

ନୟାଗଡ : ଏକ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ନୟାଗଡ ଜିଲା ଦଶପଲ୍ଲା ଥାନା ଅନ୍ତର୍ଗତ ଶରିଗଣ୍ଡା ଠାରେ ଘଟିଛି। ବସ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ହୋଇଛି। ମୃତ ବ୍ୟକ୍ତିମାନଙ୍କର ପରିଚୟ ମିଳିପାରି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିଛି। ଏହାସହ ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ଏକ ବସ ଫୁଲବାଣୀରୁ କଟକ ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଦୁଇ ଜଣ ବ୍ୟକ୍ତି ବାଇକରେ ଯାଉଥିଲେ। ଫଳରେ ବସଟି ଶରିଗଣ୍ଡା ପେଟ୍ରୋଲ ପମ୍ପ ନିକଟରେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଯାଇଥିଲା।

 

Leave A Reply