ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୬ ଆହତ

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବୈଦ୍ୟନାଥ-ଫକିରିଆମୁଣ୍ଡା ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ସକାଳ ସମୟରେ ଏକ ବରଯାତ୍ରୀମାନେ ଗାଡ଼ିରେ ବାହାଘରରୁ ଫେରୁଥିବା ସମୟରେ ବୈଦ୍ୟନାଥ-ଫକିରିଆମୁଣ୍ଡା ରାସ୍ତାର ଇଙ୍ଗିପୁରଠାରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇ ୬ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply