ବସ ଟ୍ରକ ମୁହାଁମୁହିଁ ଧକ୍କା; ୮ ଗୁରୁତର ୩୦ ଆହତ

0

ଅନୁଗୁଳ : ଅନୁଗୁଳ ୫୫ ନଂ ଜାତୀୟ ରାଜପଥ ଜରପଡ଼ା ଥାନା ତୁକୁଡ଼ା ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ଜଣ ଗୁରୁତର ହେବା ସହ ୩୦ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ,ସକାଳ ୧୧ ଟା ୧୫ ମିନିଟ ସମୟରେ ଏକ ଘରୋଇ ବସର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ବସଟି ସମ୍ବଲପୁରରୁ ଅନୁଗୁଳ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

Leave A Reply