ବୋଲେରୋ ଓଲଟି ଜଣେ ମୃତ, ଜଣେ ଆହତ

0

କେନ୍ଦୁଝର: କେନ୍ଦୁଝର ଜିଲା ଆନନ୍ଦପୁରଠାରେ ଏକ କାଠ ବୋଝେଇ ବୋଲେରୋ ଗାଡି ଓଲଟି ପଡିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ସୋମବାର ଭୋର ସମୟରେ ଏକ ବୋଲେରୋ ଗାଡି କାଠ ନେଇ ଦ୍ରୁତଗତିରେ ଯାଉଥିଲା। ଏହି ସମୟରେ ଗାଡିଟି ଭାରସାମ୍ୟ ହରାଇ ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଓଲଟି ପଡିଥିଲା। ବୋଲେରୋ ତଳେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା।

Leave A Reply