ସଡକ ଦୁର୍ଘଟଣାରେ ବୃଦ୍ଧଙ୍କ ମୃତ୍ୟୁ

0

ବାଲେଶ୍ବର: ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସହଦେବଖୁଣ୍ଟା ଫାଣ୍ଡି ନିକଟ ସୁରଜ ହୋଟେଲ ଦେଇ ବୃଦ୍ଧ ଜଣକ ସାଇକେଲରେ ଯାଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇ ଯାଇଥିଲା। ସହଦେବଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକଟିକୁ ଜବତ କରିଛି। ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ତେବେ ବୃଦ୍ଧଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ସହଦେବଖୁଣ୍ଟା ଫାଣ୍ଡି ସମ୍ମୁଖରେ ରାସ୍ତାରୋକ କରିଛନ୍ତି।

Leave A Reply