ସଡକ ଦୁର୍ଘଟଣାରେ ବିଜେପି ନେତା ପର୍ଶୁରାମ ମାଝି ଆହତ

0

ନବରଙ୍ଗପୁର: ବିଜେପି ନେତା ତଥା ପୂର୍ବତନ ସାଂସଦ ପର୍ଶୁରାମ ମାଝି ସଡକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ନବରଙ୍ଗପୁରର ପାପଡାହାଣ୍ତି ବ୍ଲକର ଝିଟକୁଗୁଡା ଗ୍ରାମ ନିକଟରେ ତାଙ୍କ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଶ୍ରୀ ମାଝି ଆହତ ହୋଇଛନ୍ତି। ତାଙ୍କ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣା ପଡିଛି। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Leave A Reply