ମଟର ସାଇକଲ ଧକ୍କାରେ ମହିଳାଙ୍କ ମୃତ୍ୟୁ

0

କଲମପୁର : କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ବଙ୍କାପଲା ଠାରେ ଏକ ମଟର ସାଇକଲ ଧକ୍କାରେ ଜନୈକ ମହିଳାଙ୍କର ମୃତ୍ୟୁ ଘଟିଛି ।
ପ୍ରାପ୍ତ ସୂଚନା ଅନୁସାରେ ତୋତ୍ରାଗୁଡାର ରୁପଧର ନାଏକଙ୍କ ସ୍ତ୍ରୀ ଦୁର ନାଏକ (୫୦) ବଙ୍କାପଲାରେ ଥିବା ନିଜ ସମ୍ପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେବା ପାଇଁ ଆସିଥିଲେ। ମଙ୍ଗଳବାର ଦିନ ପ୍ରାୟ ୧.୩୦ ମିନିଟ ସମୟରେ  ଭୋଜି ଖାଇ ସାରିବା ପରେ ଘର ପଟକୁ ଆସିବା ପାଇଁ ରାସ୍ତା ପାର ହେଉଥିବା ବେଳେ ଦାସିଗାଁର ଦୁଇ ଯୁବକ ଶିବ ନାଏକ ଓ ନିଳକଣ୍ଠ ଲହଜଲ ଏକ ମଟର ସାଇକଲରେ ଭଇଁରୀ ଗ୍ରାମରୁ ନିଜ ଗାଁ ଦାସିଗାଁ ଅଭିମୁଖେ ଦୁତ୍ର ଗତିରେ ଆସୁଥିବା ବେଳେ  ଗାଡି ଉପରୁ ନିୟନ୍ତ୍ରଣ ହରାଇ ମହିଳାଙ୍କୁ ଧକ୍କା ଦେଇଥିଲେ। ଫଳରେ ମହିଳା ଜଣକ ଗୁରୁତର ଆହତ ହେଇଥିଲେ। ବିବାହ ଉତ୍ସବରେ ଥିବା ସମ୍ପର୍କୀୟ ମାନେ ଦୌଡି ଆସି ମହିଳାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସର ସହାୟତା ନେଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହିଳା ଜଣକଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ। ମହିଳା ଜଣକଙ୍କ ମତ୍ୟୁ ଖବର ପାଇବା ପରେ ବିବାହ ଉତ୍ସବରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା।
ବଡକୁଟ୍ରୁ ଫାଣ୍ଡି ଅଧିକାରୀ ଅନାମ ଦିଆନ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କ କବଳରୁ ବାଇକ ଚାଳକଙ୍କୁ ଉଦ୍ଧାର କରିବା ସହ ଦୁର୍ଘଟଣାଗ୍ରସ୍ଥ ମଟର ସାଇକେଲକୁ ଜବତ କରିଥିଲେ। ପୁଲିସ ତରଫରୁ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇ ମଟର ସାଇକେଲ ଚାଳକ ଏବଂ ଅନ୍ୟ ଜଣେ ସହଯାତ୍ରୀଙ୍କୁ ଅଟକ ରଖାଯାଇଛି।

Leave A Reply