୨୦୧୯ ସୁଦ୍ଧା ସମସ୍ତ ଗାଡିରେ ରହିବ ଏବିଏସ୍‍ ବ୍ୟବସ୍ଥା

0

ନୂଆଦିଲ୍ଲୀ : ଗାଡିରେ ବ୍ରେକ୍‍ ଜନିତ ସମସ୍ୟା ପାଇଁ ସଡକ ଦୁର୍ଘଟଣା ବଢୁଥିବା ଦେଖିବାକୁ ମିଳୁଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଅଟୋମୋବାଇଲ କମ୍ପାନୀ ବ୍ରେକିଂ ବ୍ୟବସ୍ଥାରେ ସ୍ଥିରତା ଆଣିବା ପାଇଁ ବିଭିନ୍ନ ଜ୍ଞାନକୌଶଳର ବ୍ୟବହାର କରୁଛନ୍ତି। ବର୍ତ୍ତମାନ ଆଣ୍ଟି ବ୍ରେକିଂ ସିଷ୍ଟମ ବା ଏବିଏସ୍‍ ବ୍ୟବସ୍ଥା ସମସ୍ତ ବାଇକ ମାନଙ୍କରେ ଉପଲବ୍ଧ କରାଇବା ପାଇଁ ଅଟୋମୋବାଲ କମ୍ପାନୀ ସ୍ଥିର କରିଛନ୍ତି। ଏହାଦ୍ୱାରା ବାଇକଚାଳକ ସୁରକ୍ଷିତ ବାଇକ ଚାଳନା କରିପାରିବେ। ଏବିଏସ୍‍ ସିଷ୍ଟମ ବ୍ୟବହାର କରିବା ସମୟରେ ଏହା ବାଇକ୍‍ର ଚକକୁ ଅଟକାଇବା ସହ ବାଇକ୍‍କୁ ସନ୍ତୁଳନ ରକ୍ଷା କରିବା ଏହା ମୁଖ୍ୟ କାର୍ଯ୍ୟ।
କଣ୍ଟିନେଣ୍ଟାଲ ଅଟୋମେଟିଭ ଇଣ୍ଡିଆ ଦ୍ୱାରା ସଡକ ସୁରକ୍ଷା ନେଇ ନିଜର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ବ୍ୟବସ୍ଥା ଆପଣେଇଛନ୍ତି। କଣ୍ଟିନେଣ୍ଟାଲ ପୂର୍ବରୁ ମଧ୍ୟ ଭାରତରେ ଏବିଏସ୍‍ ଓ ଇଏସ୍‍ସି ୟୁନିଟ ନିର୍ମାଣ କରୁଛି। ୨୦୧୯ ଏପ୍ରିଲ ମାସ ସୁଦ୍ଧା ସମସ୍ତ ଦୁଇଚକିଆ ଯାନରେ ସୁରକ୍ଷା ବ୍ୟବସ୍ଥା ପାଇଁ କିଛି ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି। କଣ୍ଟିନେଣ୍ଟାଲ ବିରିଷ୍ଠ ଅଧିକାରୀ କୃଷନ କୋହଲୀଙ୍କ କହିବା ଅନୁସାରେ ବ୍ୟବହାରକାରୀ ସଡକ ସୁରକ୍ଷା ପାଇଁ ଏବିଏସ୍‍, ଏୟାରବ୍ୟାଗ୍ସ ଓ ଇଏସ୍‍ସି ଭଳି ଜ୍ଞାନକୌଶଳ ଆପଣେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଭାରତୀୟ ବଜାରରେ ଏୟାରବ୍ୟାଗ୍ସ, ଏବିଏସ୍‍ ଓ ଇସ୍‍ସି ଭଳି ଗାଡି ଭଲ ବ୍ୟବସାୟ ହେଉଥିବା ସେ କହିଛନ୍ତି।

Leave A Reply