ଜେଲ୍‌ଗଲେ ଅଭିଜିତ୍‌ ଆୟାର ମିତ୍ର

0

ଭୁବନେଶ୍ୱର .- ଅଭିଜିତ୍‌ ଆୟାର ମିତ୍ର ଜେଲ୍‌ ଯାଇଛନ୍ତି । ସହିଦ ନଗର ପୁଲିସ ଗିରଫ କରିବାପରେ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜିଏମ୍‌  କୋର୍ଟରେ ହାଜର କରାଇଥିଲା । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅଭିଜିତ୍‌ଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ କୋଣାର୍କଥାନା ଆଇଆଇସି ଓ ନିମାପଡା ଏସ୍‌ଡିପିଓ ଅଦାଲତରେ ଆବେଦନ କରିଛନ୍ତି ।

ସେ ଝାରପଡା ଜେଲ୍‌ରେ ରହିବେ । ବିଧାନସଭା ଗୃହ କମିଟିରେ ହାଜର ହେବାପରେ  ପୁଲିସ ତାଙ୍କୁ ନେଇ ଅଜ୍ଞାତ ସ୍ଥାନରେ ଜେରା କରୁଥିଲା । ଏହାପରେ ପୁଲିସ ତାଙ୍କୁ ଗିରଫ କରିଥିଲା । ପରେ ସହିଦ ନଗର ଥାନାରେ ରୁଜୁ ମାମଲା ଅଧାରରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

Leave A Reply