ଆପର ଚିପକୋ ଆନ୍ଦୋଳନ

0

ନୂଆଦିଲ୍ଲୀ : ଦିଲ୍ଲୀରେ କେନ୍ଦ୍ର ସରକାର ୧୪୦୦୦ରୁ ଊର୍ଦ୍ଧ୍ବ ଗଛ କାଟିବା ନିଷ୍ପତ୍ତିକୁ ଆମ ଆଦମୀ ପାର୍ଟି ଦୃଢ ବିରୋଧ କରିଛି। ଏହାକୁ କେନ୍ଦ୍ର ସରକାର ନ ଶୁଣିଲେ ଚିପକୋ ଆନ୍ଦୋଳନ ପରି ବିରୋଧ କରାଯିବ ବୋଲି ଆପ ନେତା ସୌରଭ ଭରଦ୍ୱାଜ କହିଛନ୍ତି, ଦିଲ୍ଲୀବାସୀ ଏହି ଆନ୍ଦୋଳନର ସହାୟତା କରିବା ପାଇଁ ସେ ଆହ୍ୱାନ କରିଛନ୍ତି। ପୁନଃ ନିର୍ମାଣ ନାମରେ ଆମ ଆଦମୀ ପାର୍ଟି ଦିଲ୍ଲୀରେ ଗୋଟିଏ ବି ଗଛ କାଟିନାହିଁ ବୋଲି ସୌରଭ ସୂଚନା ଦେଇଛନ୍ତି। ତେଣୁ ସେ ମୋଦି ସରକାରଙ୍କୁ ଏହା କରିବାକୁ ଦେବେ ନାହିଁ। ଦିଲ୍ଲୀରେ ଗଛ କାଟିଲେ ଦିଲ୍ଲୀର ଶ୍ୱାସ ବନ୍ଦ ହୋଇଯିବ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କ ବାସଭବନ ନିର୍ମାଣ କରିବା ପାଇଁ ଦକ୍ଷିଣ ଦିଲ୍ଲୀର ୭ଟି ସ୍ଥାନରେ ଗଛ କାଟିବା ପାଇଁ ପୁନଃ ନିର୍ମାଣ ପ୍ରକଳ୍ପ ମାଧ୍ୟମରେ ଗଛ କାଟିବାକୁ ନିଷ୍ପତ୍ତି ନେଇଛନ୍ତି।
୧୯୭୩ ମସିହାରେ ଉତ୍ତରାଖଣ୍ଡର ଚାମେଲୀ ଜିଲାରେ କୃଷକ ମାନେ ଗଛ କାଟିବା ବିରୋଧରେ ଚିପକୋ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହାର ପ୍ରଭାବରେ ତତତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦୀରା ଗାନ୍ଧି ୧୫ ବର୍ଷ ପାଇଁ ହିମାଳୟ ଜଙ୍ଗଲରେ ଗଛ କାଟିବାକୁ ରୋକ ଲଗାଇଥିଲେ।

Leave A Reply