କର୍ତ୍ତାରପୁର ଦର୍ଶନ ପାଇଁ ଲାଗିବ ଟେଲିସ୍କୋପ୍‍

0

ନୂଆଦିଲ୍ଲୀ : ପାକିସ୍ତାନରେ ଅବସ୍ଥିତ ପବିତ୍ର ଶିଖ ଧର୍ମ ପୀଠ କର୍ତ୍ତାରପୁର ସାହିବ ଗୁରୁଦ୍ୱାର ଦର୍ଶନ ପାଇଁ ସୀମାନ୍ତ ନିକଟରେ ଭାରତ ଟେଲିସ୍କୋପ୍‍ ବ୍ୟବସ୍ଥା କରିବ। ପଞ୍ଜାବର ଗୁରୁଦାସପୁର ସୀମାନ୍ତରେ ଏହି ଶକ୍ତିଶାଳୀ ଦୂରବିକ୍ଷଣ ଯନ୍ତ୍ର ବା ଟେଲିସ୍କୋପ ଲଗାଇବା ନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ଅବସରରେ ହାତକୁ ନିଆଯାଉଥିବା ଏକାଧିକ ପ୍ରକଳ୍ପ ମଧ୍ୟରୁ ଏହା ଅନ୍ୟତମ ବୋଲି ସରକାରୀ ଭାବେ କୁହାଯାଇଛି। ଆସନ୍ତା ବର୍ଷ ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ୱରେ ସ୍ୱତନ୍ତ୍ର କମିଟି ଗଠିତ ହୋଇଛି। ସମ୍ପ୍ରତି କର୍ତ୍ତାରପୁର ସାହେବ ପରିଦର୍ଶନ କରିପାରୁ ନଥିବା ଶିଖ୍‍ ଧର୍ମାବଲମ୍ବୀମାନେ ସ୍ଥାନୀୟ ଗୁରୁଦ୍ୱାର କମିଟି ଦ୍ୱାରା ପ୍ରତିଷ୍ଠିତ ବାଇନାକୁଲାର ମାଧ୍ୟମରେ କର୍ତ୍ତାରପୁର ସାହେବ ଦର୍ଶନ କରୁଛନ୍ତି।

Leave A Reply