ସ୍ୱାଧୀନତାର ପାଇଁ ଏ ଦିନ

0

ଆମ ଦେଶ ଭାରତ ପାଇଁ ଅଗଷ୍ଟ୧୫,୧୯୪୭ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ, କାରଣ ଏହି ଦିନରେ ଇଂରେଜମାନଙ୍କ ଠାରୁ ଦେଶ  ସ୍ୱାଧୀନତା ହାସଲ କରିଥିଲା। ସେହିଦିନ ଠାରୁ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ରୂପେ ପାଳନ କରାଯାଏ ଏବଂ ସମଗ୍ର ଦେଶରେ ଏହା ରାଷ୍ଟ୍ରୀୟ ଛୁଟି ଦିବସ ଭାବେ ପାଳିତ ହୋଇଥାଏ । ୨୦୦ ବର୍ଷ ଠାରୁ ଅଧିକ ଇଂରେଜମାନଙ୍କ ଦ୍ୱାରା ଆମ ଦେଶ ଶାସିତ ହୋଇଥିଲା। ବାଣିଜ୍ୟ କରିବା ଉଦ୍ଦେଶ୍ୟରେ ଆସିଥିବା ଇଂରେଜ ମାନେ ଧୀରେ ଧୀରେ ନିଜର ପ୍ରଭୁତ୍ୱ ବିସ୍ତାର କରିଥିଲେ।

ଗାନ୍ଧିଙ୍କର ନୀତି ସତ୍ୟ ଓ ଅହିଂସା ଆଧାରରେ ସ୍ୱାଧୀନତା ମିଳିଥିଲା । ବ୍ରିଟିଶମାନେ ତାଙ୍କର ଏହି ନୀତି ଓ ଆତ୍ମବିଶ୍ୱାସରେ ଆଗରେ ହାର ମାନିଥିଲେ । ଭେଦଭାବ ଭୁଲି ସମସ୍ତ ଧର୍ମସମ୍ପ୍ରଦାୟର ଲୋକ ଏହି ଲଢେଇରେ ସାମିଲ ହୋଇଥିଲେ। ନାରୀମାନେ ମଧ୍ୟ ଏହି ଲଢେଇରେ ଯୋଗ ଦେଇଥିଲେ। ଏହି ନାରୀମାନଙ୍କ ମଧ୍ୟରେ ସରୋଜିନୀ ନାଇଡ଼ୁ, ଅରୁଣା ଆସଫ ଅଲୀ, ବିଜୟ ଲକ୍ଷ୍ମୀ ପଣ୍ଡିତ, କସ୍ତୁରବା ଗାନ୍ଧୀ, କମଳା ନେହେରୁ, ଆନୀବେସାନ୍ତଙ୍କର ମୁଖ୍ୟ ଭୂମିକା ରହିଥିଲା।

ବହୁ ବାଧାବିଘ୍ନ ଓ ଲକ୍ଷଲକ୍ଷ ଲୋକଙ୍କର ବଳିଦାନ ପରେ ପ୍ରାପ୍ତି ହୋଇଥିଲା ସ୍ୱାଧୀନତା।୧୯୪୭ ମସିହା, ଅଗଷ୍ଟ ୧୫  ତାରିଖରେ ପଣ୍ଡିତ ଜବାହଲାଲ ନେହେରୁ ସ୍ୱାଧୀନ ଭାରତର ପ୍ରଥମ ‘ତ୍ରିରଙ୍ଗା’କୁ  ଲାଲକିଲାରେ ଉତ୍ତୋଳନ କରିଥିଲେ। ସେହି ଦିନ ଠାରୁ ଅଗଷ୍ଟ ୧୫କୁ ସ୍ୱାଧୀନତା ଦିବସ ଭାବେ ପାଳନ କରାଯାଉଛି। ଏହାକୁ ରାଷ୍ଟ୍ରୀୟ ଛୁଟି ଦିନ ଘୋଷଣା କରିବା ସହ ବିଭିନ୍ନ ସ୍କୁଲ, କଲେଜ, କାର୍ଯ୍ୟାଳୟ ଆଦିରେ ପାଳନ କରାଯାଏ। ମାତ୍ର ଆମ ଦେଶର ରାଜଧାନୀ ଦିଲ୍ଲୀରେ ଏହାକୁ ଖୁବ ଆଡ଼ମ୍ବରପୂର୍ଣ୍ଣ ସହକାରେ ପାଳନ କରାଯାଇଥାଏ।

Leave A Reply