ସୋମବାର ରାଶିଫଳ

0

ମେଷ: ଶୃଙ୍ଖଳା ରକ୍ଷା କରିବାରେ ସକ୍ଷମ ହେବେ। ଉଦାସୀନ ରହିପାରନ୍ତି। ପରିଶ୍ରମ ଅନୁସାରେ ଫଳ ପ୍ରାପ୍ତିର ସୁଯୋଗ ରହିଛି। ଦୀର୍ଘ ଦିନର ଆଶା ପୂରଣ ହୋଇପାରେ। ଧର୍ମମତି ହେବେ। ବିଦ୍ୟାର୍ଥୀଙ୍କୁ ସୁ ଫଳ ମିଳିବ।
ବୃଷ: କାର୍ଯ୍ୟ କଷ୍ଟସାଧ୍ୟ ହେଲେ ବି ଶେଷରେ ସଫଳତା ପାଇବେ। ସମ୍ମାନିତ ହୋଇପାରନ୍ତି। ଅର୍ଥ ସଞ୍ଚୟ କରିବେ। ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ଶାନ୍ତି ସନ୍ତୋଷ ମିଳିବ। ସବୁଠି ସମ୍ମାନ ପାଇବେ। ବିଦ୍ୟାର୍ଥୀଙ୍କୁ ସହଯୋଗ ମିଳିବ।
ମିଥୁନ: ରାଜନୈତିକ କ୍ଷେତ୍ରରେ ଅସ୍ଥିରତା ଲାଗି ରହିବ; ବହୁ ଅର୍ଥ ହାତକୁ ଆସିପାରେ। ଆନନ୍ଦ ଉଲ୍ଲାସ ମଧ୍ୟରେ ଦିନଟି ବିତିବ। ଚିନ୍ତା ଦୂର ହେବ। ପ୍ରଭାବ ବୃଦ୍ଧି ପାଇବ। ଅନୁଗୃହିତ ହେବେ। ବିଦ୍ୟାର୍ଥୀଙ୍କର ସିଦ୍ଧି ଲାଭ।
କର୍କଟ: ବ୍ୟବସାୟ ଲାଭଜନକ ହେବ। ଅପରାହ୍ଣରେ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆର୍ଥିକ ଅଭିବୃଦ୍ଧି ଘଟିବା ସହିତ ବ୍ୟୟଭାର ବଢ଼ି ଯାଇପାରେ। କର୍ମ ତତ୍ପରତା ଅଧିକ ହେବ। ବିଦ୍ୟାର୍ଥୀଙ୍କର ଶୁଭଫଳ।
ସିଂହ: ହଠାତ୍‍ ବ୍ୟୟଭାର ବଢ଼ିଯାଇ ପାରେ। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଗୁପ୍ତ ଶତ୍ରୁଙ୍କୁ ପ୍ରତି ସତର୍କତା ଆବଶ୍ୟକ। କ୍ଷୋଭ ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବେ। ସଙ୍ଗଠନର ମୁଖ୍ୟ ହେବେ। ବିଦ୍ୟାର୍ଥୀ ସୁଖୀ ହେବେ।
କନ୍ୟା: ସୁଖ ସମ୍ମାନ ଲାଭ କରିବେ। ଆୟ ଆଶାନୁରୂପ ହୋଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ କୃତିତ୍ୱ ହାସଲ କରିପାରନ୍ତି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ବିଦ୍ୟାର୍ଥୀ ସାଧନାରେ ସିଦ୍ଧିପ୍ରାପ୍ତ ହେବେ।
ତୁଳା: ବିଚାର ବିମର୍ଶ କରି କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ। ବିଭିନ୍ନ ସୂତ୍ରରୁ ରାଜକୋଷରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସଂପାଦନ କରିବେ। କର୍ମକ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ହେବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ବିଛା: ତୁରନ୍ତ କାର୍ଯ୍ୟ ସଂପାଦନ ପାଇଁ କର୍ତ୍ତୃପକ୍ଷଙ୍କ ଚାପ ବୃଦ୍ଧି ହୋଇପାରେ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଉତ୍ସାହ ବୃଦ୍ଧି ପାଇବ। ଧର୍ମ ଅନୁଷ୍ଠାନର ନେତୃତ୍ୱ ନେବେ। ବିଦ୍ୟାର୍ଥୀଙ୍କ ଜ୍ଞାନ, ଗରିମା ବୃଦ୍ଧି ହେବ।
ଧନୁ: ଯୋଗାଯୋଗରେ ସଫଳତା ଲାଭ କରିବେ। ପରୋପକାରକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି। ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ। ଖର୍ଚ୍ଚ ବୃଦ୍ଧି ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ବିଦ୍ୟାର୍ଥୀଙ୍କୁ ସୁଖ ମିଳିବ।
ମକର: ସମ୍ପତ୍ତି ପାଇଁ ଅସୁବିଧା ଉପୁଜି ପାରେ। ପ୍ରୀତି ଲାଭ କରିପାରନ୍ତି। ଉପୁଜି ଥିବା ସମସ୍ୟା ଦୂର ହୋଇପାରେ। ପ୍ରଶଂସା ମିଳିବ। କର୍ମକ୍ଷେତ୍ରରେ ଆନନ୍ଦଦାୟକ ହେବେ। ମନ ପ୍ରସନ୍ନ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀଙ୍କୁ ପରୀକ୍ଷା ସହଜ ହେବ।
କୁମ୍ଭ: ଯୁକ୍ତିଯୁକ୍ତ କାରଣ ଦର୍ଶାଇ ନିଜର ମତାମତକୁ ଦୃଢ଼ିଭୂତ କରିପାରନ୍ତି। କର୍ମ କୁଶଳତା ପ୍ରକାଶ ପାଇବ। ବ୍ୟବସାୟରେ ସଫଳତା ମିଳିବ। ପାରିବାରିକ ଶାନ୍ତି ମିଳିବ। କେତେକ ନୂତନ କାର୍ଯ୍ୟ ହାତକୁ ନେବାକୁ ଆଗ୍ରହୀ ହେବେ। ବିଦ୍ୟାର୍ଥୀ ଖୁସି ହେବେ।
ମୀନ: ଯାତ୍ରାକାଳୀନ ସତର୍କତା ଆବଶ୍ୟକ। ପରାମର୍ଶ ନେଇ କାର୍ଯ୍ୟ କରିବାକୁ ପଡ଼ିବ। ଧର୍ମ ଭାବନା ଜାଗ୍ରତ ହୋଇପାରେ। ମନରେ ସରସତା ଆସିବ। ଲୋକପ୍ରିୟତା ଅର୍ଜନ କରିବେ। ଶୁଭକର୍ମ ସମ୍ପାଦନ କରିପାରନ୍ତି। ବିଦ୍ୟାର୍ଥୀଙ୍କର ସର୍ବ ସୁଖ।

Leave A Reply