ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ଏସ୍‌ଆଇଙ୍କ ବଦଳି

0

 

ବାରିପଦା: ବାରିପଦା ସହର ମୁର୍ଗାବାଡ଼ି ଗୋଲେଇରେ ରାତିରେ ରାସ୍ତା ପାଖରେ ବସି ଖଟି କରୁଥିବା କିଛି ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗରେ ଏସ୍‌ଆଇ ଦେବାଶିଷ ଶତପଥୀଙ୍କୁ ବଦଳି କରାଯାଇଛି।

ସୂଚନାଯୋଗ୍ୟ ଯେ  ସହରର ମୁର୍ଗାବାଡ଼ି ଗୋଲେଇରେ ରାତିରେ ରାସ୍ତା ପାଖରେ ବସି କିଛି ଯୁବକ ଖଟି କରୁଥିଲେ। ତେବେ ରାତି  ପାଟ୍ରୋଲିଂରେ ଆସିଥିବା ପୁଲିସ  କିଛି ନ ବୁଝି ନ ଶୁଣି ସେମାନଙ୍କୁ ବହେ ପିଟିଥିଲେ। ଯୁବକମାନେ ପ୍ରତିବାଦ କରିଥିଲେ ମଧ୍ୟ ପୁଲିସ ଶୁଣିନଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ଗାଡ଼ି ଚଳାଚଳ ଏକ ପ୍ରକାର ବନ୍ଦ ହୋଇଯାଇଥିଲା। ଟାଉନ୍‌ ଥାନା ଆଇଆଇସି ଓ ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ଯୁବକମାନେ ରାସ୍ତାରୁ ଉଠିନଥିଲେ। ମାଡ଼ ମାରିଥିବା  ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଶେଷରେ ଏସ୍‌ଆଇ ଦେବାଶିଷ ଶତପଥୀଙ୍କୁ ବଦଳି କରାଯାଇଥିଲା। ପରେ ରାସ୍ତାରୋକ ହଟିଥିବା ଜଣାପଡ଼ିଛି।

Leave A Reply