ନାରାୟଣପାଟଣାରେ ବିଏସ୍‌ଏଫ ଆଇଜି

0

ନାରାୟଣପାଟଣା : ଛତିଶଗଡର ସୁକମା ଜିଲାରେ ଗତ ମଙ୍ଗଳବାର ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୯ଜଣ ବିଏସଏଫ ଯବାନ ସହିଦ ହେବା ପରେ ବୁଧବାର ବିଏସ୍‌ଏଫ ଆଇଜି ଅଶ୍ୱିନ କୁମାର, ଡ଼ିଆଇଜି ଏ. ଶ୍ରୀନିବାସ, ଭିନିତ୍‌ କୁମାର ବୁଧବାର ପବନ ହଂସ ହେଲିକପ୍ଟର ଯୋଗେ ନାରାୟଣପାଟଣା ଅଞ୍ଚଳ ଗସ୍ତ କରିଛନ୍ତି। ନାରାୟଣପାଟଣା ଏକ ମାଓ ପ୍ରବଣ ହୋଇଥିବା ବେଳେ ଏହି ବରିଷ୍ଠ ଅଧିକାରୀମାନେ ଆସିଥିବା କୁହାଯାଉଛି। ପୋଡ଼ାପଦରସ୍ଥିତ ବିଏସ୍‌ଏଫ ୧୯୫ ବାଟାଲିୟନ କ୍ୟାମ୍ପ ହେଲି ପ୍ୟାଡ଼ରେ ପ୍ରାୟ ପୂର୍ବାହ୍ନ ୧୦.୩୦ରେ ସମସ୍ତେ ପହଞ୍ଚି ପ୍ରାୟ ୩ ଘଣ୍ଟା କାଳ ବିଏସ୍‌ଏଫର ସ୍ଥାନୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଆଲୋନଚା ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୌଣସି ସୂଚନା ଦିଆଯାଇ ନଥିଲେ ହେଁ ମଙ୍ଗଳବାର ଛତିଶଗଡ଼ର ସୁକମା ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୯ ଜଣ ସିଆରପିଏଫ ଯବାନ ସହିଦ ହୋଇଥିବା ଘଟଣାକୁ ଦୃଷ୍ଟିରେ ରଖି ସୁରକ୍ଷିତ ଭାବେ କମ୍ବିଂ କରାଯିବାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଦେଇଥିବା ଜଣାପଡିଛି। ନାରାୟଣପାଟଣା ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏହି ବ୍ଲକରେ ଥିବା ସମସ୍ତ ବିଏସ୍‌ଏଫ କ୍ୟାମ୍ପର କମାଣ୍ଡାଣ୍ଟଙ୍କ ସହ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ । କମାଣ୍ଡାଣ୍ଟ ଟି.କେ. ମାନ୍ଧାତିଆ ମଧ୍ୟ ଉପସ୍ଥିତ ଥିଲେ । ମାଓ ମୁକାବିଲା ନେଇ ନୂଆଁ ରଣନୀତି ପ୍ରସ୍ତୁତ ସମ୍ପର୍କରେ ଆଲୋଚନା ହୋଇଥିବା ଜଣାଯାଇଛି ।

Leave A Reply