ବଲିଉଡ ଫିଲ୍ମରେ ପ୍ରିୟା ପ୍ରକାଶ

0

ରଣବୀର ସିଂହଙ୍କ ସହିତ ଅଭିନୟର ସୁଯୋଗ

ମୁମ୍ବଇ : ମାଲୟାଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର ବଲିଉଡରେ ପାଦ ଦେଇଛନ୍ତି। ରେହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ତାଙ୍କୁ ଦେଖିବାକୁ ମିଳିବ।
ପ୍ରିୟା ପ୍ରକାଶଙ୍କ ଆଖି ନଚା ବା ଆଖିରେ ଆଖିରେ ଇଶାରା ଦେଉଥିବା ଭିଡିଓ ଗତ ମାସରେ ଭାଇରାଲ ହୋଇଥିଲା। ଭାଲେଣ୍ଟାଇନ ଡେ’ରେ ଏହିି ଭିଡିଓ ଭାଇରାଲ ହେବାରୁ ଇଣ୍ଟରନେଟରେ ଚହଳ ପଡିଯାଇଥିଲା। ଫଳରେ ଚାରିଆଡେ ପ୍ରିୟାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଆଉ ଏଥିରୁ ତାଙ୍କର ଲୋକପ୍ରିୟତା ମଧ୍ୟ ବୃଦ୍ଧି ପାଇଥିଲା। ଯାହାର ଫଳ ସ୍ୱରୂପ ତାଙ୍କୁ ବଲିଉଡ ଫିଲ୍ମରେ ସୁଯୋଗ ମିଳିଛି।

ରେହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ‘ସିମ୍ବା’ରେ ସେ ନାୟିକା ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ବିପକ୍ଷରେ ରଣବୀର ସିଂହ ଅଭିନୟ କରୁଛନ୍ତି। ସୂଚନା ଅନୁସାରେ ଭିଡିଓ ଭାଇରାଲ ହେବା ପରଠାରୁ ପ୍ରିୟାଙ୍କ ପାଖକୁ ବହୁତ ଅଫର୍‌ ଆସିିଥିଲା। ‘ସିମ୍ବା’ର ସହ ପ୍ରଯୋଜକ ହେଉଛନ୍ତି କରଣ ଜୋହର। କରଣ ମଧ୍ୟ ଚାହୁଁଥିଲେ ଏହି ଫିଲ୍ମରେ ପ୍ରିୟାଙ୍କୁ ନିଆଯାଉ। ସେହିପରି ପ୍ରିୟା ମଧ୍ୟ ରଣବୀରଙ୍କ ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଯଦିଓ ଫିଳ୍ମରେ ପ୍ରିୟାଙ୍କ ରୋଲ ସେତେ ବଡ଼ ନୁହେଁ ତଥାପି ଯୁବବର୍ଗ ମଧ୍ୟରେ ତାଙ୍କର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାଙ୍କୁ ଏହି ପିଲ୍ମରେ ନିଆଯାଛି ବୋଲି ନିର୍ଦ୍ଦେଶକ ରୋହିତ ସେଟ୍ଟି କହିଛନ୍ତି। ରଣବୀର ଏଥିରେ ଜଣେ ପୁଲିସ ଅପିସର ଭୂମିକାରେ ଅଭିନୟ କରୁଛନ୍ତି।
ଚଳିତ ବର୍ଷ ୨୧ ଡିସେମ୍ବରରେ ‘ସିମ୍ବା’ ରିଲିଜ ହେବ।

Leave A Reply