ଗୋଷ୍ଠୀ ସଂଘର୍ଷରୁ ବୋମା ମାଡ, ୮ଆହତ

0

ବ୍ରହ୍ମପୁର: ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ  ବୋମାମାଡ ହୋଇଥିବା ସୂଚନା ମିଳିଛି। ଆଜି ସକାଳ ୮.୩୦ ସମୟରେ ଗୋଳନ୍ଥରା ଥାନା ନିକଟ ତତଡାପଲ୍ଲୀ ଗ୍ରାମରେ ପୂର୍ବ ଶତ୍ରୁତାରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ବୋମା ମାଡ ହୋଇଥିଲା। ଏଥିରେ ଉଭୟ ଗୋଷ୍ଠୀର ୮ଜଣ ଆହତ ହୋଇଛନ୍ତି। ଦୁଇ ଗୋଷ୍ଠୀ ରାଜନୈତିକ ଦଳର ବୋଲି କୁହାଯାଉଛି। ଆହତମାନଙ୍କୁ ଏମକେସିଜି ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଛି। ତତଡାପଲ୍ଲୀ ଗ୍ରାମରେ ପରିସ୍ଥିତି ଅଶାନ୍ତ ରହିଛି। ପୁଲିସ ଉଭୟ ପକ୍ଷର ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave A Reply