ଏପ୍ରିଲ ୫ରେ ବଜାରକୁ ଆସିବ ସାମସଙ୍ଗର ପ୍ରଥମ ୫ଜି ସ୍ମାର୍ଟଫୋନ ଗାଲାକ୍ସି ଏସ୍‍-୧୦

0

ନୂଆଦିଲ୍ଲୀ : ଏପ୍ରିଲ ୫ରେ ପ୍ରଥମ ୫ଜି ସ୍ମାର୍ଟଫୋନ ଗାଲାକ୍ସି ଏସ୍‍-୧୦ର ବଜାର ପ୍ରବେଶ ହେବ। ଏହି ଫୋନକୁ ପ୍ରଥମେ ଦକ୍ଷିଣ କୋରିଆରେ ଲଞ୍ଚ କରାଯିବ।
ସାମସଙ୍ଗ ସ୍ମାର୍ଟଫୋନ ଗାଲାକ୍ସି ଏସ୍‍-୧୦ର ମୂଲ୍ୟ ବାବଦରୋ କୌଣସି ସୂଚନା ଦିଆଯାଇ ନାହିଁ। ମାତ୍ର ଏହାର ମୂଲ୍ୟ ୯୧ହଜାର ୩୦୦ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଖବର ଅନୁସାରେ ଦକ୍ଷିଣ କୋରିଆରେ ତିନୋଟି ଟେଲିକମ କମ୍ପାନୀ ସାମସଙ୍ଗର ଏହି ଫୋନ ପାଇଁ ୫ଜି ନେଟୱର୍କ ଉପରେ କାମକରୁଛି।

courtesy-daily express

ସାମସଙ୍ଗ ଗାଲାକ୍ସି ଏସ୍‍-୧୦ ୫ଜିର ବିଶେଷତ୍ୱ
ଏହି ଫୋନର ବିଶେଷତ୍ୱ ବିଷୟରେ କହିିଲେ ଏଥିରେ ୬.୭ଇଞ୍ଚର କ୍ୱାଡ ଏଚଡି ପ୍ଲସ ଏମୋଲେଡ ଡିସପ୍ଲେ ରହିଛି। ଏଥିରେ କ୍ୱାର୍ଡ କ୍ୟାମେରା ସେଟଅପ ରହିଛି। ଗାଲାକ୍ସି ଏସ୍‍-୧୦ପ୍ଲସ ଭଳି ଏଥିରେ କ୍ୟାମେରା ସେଟଅପ୍‍ ରହିଛି। ଏଥିରେ ଗୋଟିଏ ଲେନ୍ସ ୧୨ମେଗାପିମେକ୍ସଲର ୭୭ଡିଗ୍ରି ଆଙ୍ଗଲ, ଦ୍ୱିତୀୟଟି ୧୨ମେଗାପିକ୍ସେଲର ୪୫ଡିଗ୍ରି ଆଙ୍ଗଲ ଥିବା ଏବଂ ତୃତିୟଟି ୧୬ ମେଗାପିକ୍ସେଲର ୧୨୩ଡିଗ୍ରି ଆଙ୍ଗଲର ଦିଆଯାଇଛି। ଏହାସହିତ ଆପଣଙ୍କୁ ୧୦ଏକ୍ସ ଜୁମ ମଧ୍ୟ ମିଳିବ। ଏହି ଫୋନରେ ସେଲଫି ପାଇଁ ୧୦ମେଗାପିକ୍ସେଲର ଡୁଆଲ ପିକ୍ସଲ କ୍ୟାମେରା ରହିଛି।

Leave A Reply