୫ ଯୁବକ ନିଖୋଜ

0

ରାଉରକେଲା: ରାଉରକେଲା ନିକଟସ୍ଥ ବସ୍ତିରୁ ୫ଜଣ ଯୁବକ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଗତ ୩ ତାରିଖରୁ ସେମାନେ ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରଛନ୍ତି। ନିଖୋଜ ଯୁବକମାନେ ହେଲେ ରାଜୁ, ଗହନୁ, କ୍ରିଷ୍ଣା, ସୁରେଶ, ସୁରଜ।
ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ସେମାନେ ପୂର୍ବରୁ ରାଉରକେଲା ଇସ୍ପାତ କାରଖାନାକୁ ସ୍କାପ୍‍ ଚୋରି ଉଦ୍ଦେଶ୍ୟରେ ଯାଇ ଧରାପଡିଥିଲେ। ଲୋକେ ସନ୍ଦେହ କରୁଛନ୍ତି ଯେ ସେମାନେ ପୂର୍ବ ପରି କାରଖାନା ଭିତରକୁ ଯାଇ ନିଖୋଜ ହୋଇଛନ୍ତି। ସେମାନେ ପ୍ରକୃତରେ କେଉଁ କାରଣରୁ ନିଖୋଜ ହୋଇଛନ୍ତି ତାହା ବର୍ତ୍ତମାନ ସମସ୍ତଙ୍କ ନିକଟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ କରୁଛି।

Leave A Reply