୪ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର

0

ଭୁବନେଶ୍ୱର: ଚଳିତମାସର ଶେଷ ସପ୍ତାହ ଏବଂ ଆସନ୍ତା ମାସର ପ୍ରଥମ ସପ୍ତାହକୁ ମିଶାଇ ୪ ଦିନ ବ୍ୟାଙ୍କ କାରବାର ବନ୍ଦ ରହିବ। ମାର୍ଚ୍ଚ ୨୯ ଗୁରୁବାର ମହାବୀର ଜୟନ୍ତୀ ପାଇଁ ଦେଶର ଅଧିକାଂଶ ଭାଗରେ ଛୁଟି ରହୁଥିବା ଯୋଗୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ। ୩୦ ତାରିଖ ଶୁକ୍ରବାର ଗୁଡ୍‌ ଫ୍ରାଇଡେ ଛୁଟି ପାଇଁ ବ୍ୟାଙ୍କ ପୁନର୍ବାର ବନ୍ଦ ରହୁଛି। ୩୧ ତାରିଖ ଶନିବାର ବ୍ୟାଙ୍କ ଖୋଲା ରହି ସ୍ୱାଭାବିକ ଭାବେ କାର୍ଯ୍ୟ ଜାରି ରହିବ। ଏପ୍ରିଲ ପହିଲା ରବିବାର ପଡ଼ୁଥିବାରୁ ଏହି ଦିନ ସାଧାରଣ ଭାବେ ବ୍ୟାଙ୍କ ବନ୍ଦ। ଏପ୍ରିଲ ୨ ସୋମବାର ବର୍ଷର କ୍ଲୋଜିଂ ଡେ’ ପଡ଼ୁଥିବା ଯୋଗୁ ଏହି ଦିନ ବ୍ୟାଙ୍କ ଖୋଲା ରହିବାର ଥିଲେ ମଧ୍ୟ ସାଧାରଣ ଭାବେ କୌଣସି କାରବାର ହେବ ନାହିଁ।

Leave A Reply