ତେଲ ଟ୍ୟାଙ୍କର-ବାଇକ୍‌ ଧକ୍କା; ୩ ମୃତ

0

ପଦ୍ମପୁର: ପାଟଣାଗଡ଼ ରାସ୍ତା ବାଦିମାଳ ଡୁଙ୍ଗୁରୀ ନିକଟରେ ଏକ ତେଲ ବୋଝେଇ ଟ୍ରକ୍‌ ସହ ବାଇକ୍‌ ଧକ୍କା ହେବା ଫଳରେ ତିନି ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଲୋଇସିଂହା ଥାନା ଅନ୍ତର୍ଗତ ଭୁଏପାଲି ଗ୍ରାମର ଦୁର୍ଲ୍ଲଭ ନାଗ(୫୫) ଲୁଡ଼ାପଦର ଗ୍ରାମର ଠାକୁର ଗହିର (୩୮) ଓ ଗାଇସିଲଟ ଥାନା ଅନ୍ତର୍ଗତ ଯୁବାଖୋଳ ଗ୍ରାମର ଅର୍ଜୁନ ଦୀପ(୩୫)। ଦହିତା ଗ୍ରାମରେ ଏକ ବିବାହ ଉତ୍ସବରେ ଯୋଗଦେଇ ଦୁର୍ଲ୍ଲଭ, ଠାକୁର ଓ ଅର୍ଜୁନ ବାଇକ୍‌ରେ ଫେରୁଥିବାବେଳେ ମଙ୍ଗଳବାର ଅପରାହ୍ନ ୩ଟାରେ ବାଜିମାଲ ଡୁଙ୍ଗୁରୀ ନିକଟରେ ଏକ ତେଲ ବୋଝେଇ ଟ୍ରକ୍‌ ସହ ବାଇକ୍‌ ଧକ୍କା ଲାଗିଥିଲା। ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ବୁଡ଼େନ ପୁଲିସ ପହଞ୍ଚି ତଦନ୍ତ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ପଠାଯାଇଥିଲା। ଘଟଣାସ୍ଥଳରୁ ଟ୍ରକ୍‌ ଡ୍ରାଇଭର ଫେରାର୍‌ ହୋଇଯାଇଛି। ପୁଲିସ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି।

Leave A Reply