ବିଜୁ ଜନତା ଦଳର ତିନି ରାଜ୍ୟସଭା  ପ୍ରାର୍ଥୀ ନିର୍ଦ୍ୱନ୍ଦରେ  ନିର୍ବାଚିତ

0

ଭୁବନେଶ୍ୱର: ବିଜୁ ଜନତା ଦଳର ତିନିଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଗୁରୁବାର ମାର୍ଚ୍ଚ ୧୫ ତାରିଖ, ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା । ଏହି ସମୟ ସୀମା ଶେଷ ହେବାପରେ ବିଜେଡିର ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ  ଅଚ୍ୟୁତ ସାମନ୍ତଙ୍କୁ    ନିର୍ବାଚନ ଅଧିକାରୀ ନିର୍ବାଚିତ ହୋଇଥିବା ଘୋଷଣା କରିଛନ୍ତି । ନିର୍ବାଚନ ଅଧିକାରୀଙ୍କ ଠାରୁ ଏହି ତିନି ଜଣ ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।

ନିର୍ବାଚିତ ହେବା ପରେ,  ଦଳର ଯେଉଁ ସବୁ ବିଷୟ ସଂସଦରେ ଉପସ୍ଥାପନା କରିବାର ଥିବ ଓ ଦଳର ନିର୍ଦେଶ ଅନୁସାରେ କାମ କରିବି ବୋଲି ପ୍ରଶାନ୍ତ ନନ୍ଦ ପ୍ରକାଶ କରିଛନ୍ତି । ରାଜ୍ୟ ପାଇଁ କାମ କରିବା ସହ , ଚଷା, ଭାଷା ପାଇଁ କାମ ଜାରି ରହିବ ବୋଲି ନିର୍ବାଚିତ ହେବାପରେ ସୌମ୍ୟ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି କରିଛନ୍ତି ।

Leave A Reply