ସଡକ ଦୁର୍ଘଟଣାରେ ୨ମୃତ

0

କେଉଁଝର: ସଡକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। କେଉଁଝର ଜିଲା ସଫାରୀ ଥାନା ନିକଟ ବାଙ୍କମାରୁଣୀ ନିକଟରେ ସକାଳ ୭ଟାରେ ଟ୍ରକ ଓ କାର ମଧ୍ୟରେ ଧକ୍କା ହୋଇଛି। ବାଙ୍କମାରୁଣୀ ବନ୍ଧ ଉପରେ ଟ୍ରକ ଚାଳକ ଟ୍ରକ ରଖି ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ବଡବିଲ ଯାଉଥିବା କାରଟି ଭାରସାମ୍ୟ ହରାଇ ଟ୍ରକର ପଛ ପଟେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ କାରରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଛି।

Leave A Reply