ଯୁଦ୍ଧ ବିରତି ଉଲ୍ଲଂଘନର କଡ଼ା ଜବାବ ଦେଲା ଭାରତୀୟ ସେନା; ୨ ପାକ୍‌ ସୈନ୍ୟ ନିହତ, ଧଳା ପତାକା ଦେଖାଇ ମୃତଦେହ ନେଲେ

0

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ହାଜିପୀର ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଯୁଦ୍ଧ ବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ଯବାନମାନଙ୍କ କାର୍ଯ୍ୟାନୁଷ୍ଠାନରେ ୨ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି। ଏହା ପରେ ପାକ୍‌ ସେନା ଧଳା ପତାକା ଦେଖାଇ ନିଜର ଯବାନମାନଙ୍କୁ ଘଟଣାସ୍ଥଳରୁ ନେଇଯାଇଛି।

ପାକିସ୍ତାନ ବାରମ୍ବାର ସୀମାନ୍ତରେ ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ଶନିବାର ସକାଳେ ପାକ୍‌ ସେନା ପୁଞ୍ଚ ଜିଲାର ବାଲାକୋଟ ଏବଂ ମେଣ୍ଢର ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ପ୍ରବଳ ମାତ୍ରାରେ ଗୁଳି ଏବଂ ମୋର୍ଟାର ମାଡ଼ କରାଯାଇଛି। ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପାକିସ୍ତାନ ଭାରତରେ ଆକ୍ରମଣ ଲାଗି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଉଛି। ତେଣୁ ପାକ୍‌ ସୈନ୍ୟ ବାରମ୍ବାର ସୀମାନ୍ତରେ ଯୁଦ୍ଧ ବିରତି ଉଲ୍ଲଂଘନ କରୁଛନ୍ତି।

Leave A Reply