ପାଇଖାନା ଟାଙ୍କିରେ ପଶି ୨ ମୃତ

0

ବରଗଡ଼: ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କର ମୃତ୍ୟୁ ଘଟିଛି । ବରଗଡ଼ ଜିଲ୍ଲା ପାଇକମାଳ ଥାନା ମାଣ୍ଡୋସିଲ ହରିଜନ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ଅନ୍ୟ ଦୁଇ ଜଣ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ଆଜି ସକାଳେ ପାଇଖାନା ଟାଙ୍କି ସଫା କରିବାକୁ ପ୍ରଥମେ ଦୁଇ ଜଣ ଯାଇଥିଲେ । ବହୁତ ସମୟ ପରେ ଟାଙ୍କି ମଧ୍ୟରୁ  ସେମାନେ ନ ବାହାରିବାରୁ ଅନ୍ୟ ଦୁଇ ଜଣ ଯାଇଥିଲେ ପରେ ସେମାନେ ବି ଅସୁସ୍ଥ ହୋଇ ପଡିଥିଲେ । ଖବର ପାଇ ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।  ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନା ଥିବା ଜଣପଡିଛି ।

Leave A Reply